oom

ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଉଦ୍‌ଘାଟିତ

jsmm

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ନବଗଠିତ ସିନ୍ଧିକାଗୁଡା ପଞ୍ଚାୟତର ନବ ନିର୍ମିତ ପଞ୍ଚାୟତ କାର୍ଯ୍ୟାଳୟ ପବିତ୍ର ଗଣେଶ ପୂଜାର ଅମୃତବେଳାରେ ଶୁଭ ଉଦ୍‌ଘାଟନ ହୋଇଯାଇଛି । ଆୟୋଜିତ ସମାରୋହରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିସାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷ ଥବିର ବାଗ, ବିଡିଓ ଧର୍ମରାଜ ମାଝୀ, ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା ଓ ଅନ୍ୟାନ୍ୟ ଅତିଥି ମାନଙ୍କୁ ଭବ୍ୟ ସ୍ୱାଗତ କରିବା ସହିତ ଗଣପତିଙ୍କୁ ଆହ୍ୱାନ କରି କାର୍ଯ୍ୟାଳୟର ଶୁଭ ଉଦ୍‌ଘାଟନ କରାଯାଇଥିଲା । ପଞ୍ଚାୟତ ସରପଞ୍ଚ ଚକ୍ରଧର ଧାଙ୍ଗଡାମାଝୀ ଅଧ୍ୟକ୍ଷତା କରିଥିବା ବେଳେ ସମିତି ସଭ୍ୟ ସୁବ୍ରତ ରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୌରଚନ୍ଦ୍ର ସାହୁ, ସରପଞ୍ଚ ସଂଘ ସଭାପତି କୈଳାଶ ଚନ୍ଦ୍ର ସାହୁ, ଚନ୍ଦ୍ର ଶବର, ମୀନକେତନ ପୁଝାରୀ, ହେମନ୍ତ କୁମାର ବେହେରା, ଭାରତେନ୍ଦୁ ବେହେରା, ପ୍ରଭଞ୍ଜନ ପୁଝାରୀ, ପରୀକ୍ଷିତ ନାଏକ, ବନିତା ନାଏକ, ସଂଯୁକ୍ତା ନାଏକ, ଦିଲ୍ଲୀପ କୁମାର ବେହେରା, କର୍ଯ୍ୟନିର୍ବାହୀ ଅଧିକାରୀ ଦୈତାରୀ ଖମାରୀ ପ୍ରମୁଖ ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିଲେ । ୨୦୧୭ ମସିହାରେ ନବଗଠିତ ଏହି ପଞ୍ଚାୟତ ପୋଡ଼ାଗୁଡା, ଧାମନ୍ ଗୁଡା ଓ ଶିନ୍ଧିକାଗୁଡାର ୧୩ଟି ୱାର୍ଡରେ ୩୫୦୦ ଜନସଂଖ୍ୟାକୁ ନେଇ ଗଠିତ ହୋଇଥିଲା । ନୂତନ କାର୍ଯ୍ୟାଳୟର ଶୁଭ ଉଦ୍‌ଘାଟନକୁ ନେଇ ପଞ୍ଚାୟତବାସୀ ଉତ୍ସାହିତ ଥିବା ବେଳେ ସମସ୍ତ ୱାର୍ଡ ସଭ୍ୟସଭ୍ୟାଙ୍କ ସମେତ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଶିକ୍ଷକ ସୁନିଲ କୁମାର ପଣ୍ଡା ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.