ପଶୁଧନ ଗଣନା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜିଲ୍ଲାସ୍ତରୀୟ ୨୧ତମ ପଶୁଧନ ଗଣନାକାରୀ ଓ ପର୍ଯ୍ୟବେକ୍ଷକ ମାନଙ୍କର ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଡିପିଏମ୍‌ୟୁ ସଭା ଗୃହରେ ଉଦ୍‌ଘାଟିତ ହୋଇଯାଇଛି । କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ପ୍ରଶିକ୍ଷଣ ଶିବିରକୁ ଉଦ୍‌ଘାଟନ କରିଥିଲେ । ଅତିଥି ଭାବରେ ଉପନିର୍ଦ୍ଦେଶକ ଡିପିଏମ୍‌ୟୁ କଳାହାଣ୍ଡି ଶ୍ରୀକାନ୍ତ ଦଳେଇ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ରଜନୀକାନ୍ତ ରଥ ଓ ଡିଆପିଆର୍ ଓ ମନୋଜ ବେହେରା ଉପସ୍ଥିତ ଥିଲେ । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ରଥ ସ୍ୱାଗତ ଭାଷଣ ଦେବା ସହିତ ୨୧ତମ ପଶୁଧନ ଗଣନାର ଆଭିମୁଖ୍ୟ ଏବଂ ମହତ୍ତ୍ଵ ଜଣାଇଥିଲେ । ଅତିଥି ମାନେ ଏହି ପଶୁଗଣନାକାରୀ ଓ ପର୍ଯ୍ୟବେକ୍ଷଣକୁ ସଠିକ୍ ଭାବରେ ଏବଂ ସ୍ଵଚ୍ଛ ରୂପେ କରିବା ସହ ଏହି ଗଣନା ଉପରେ ଅର୍ଥନିତିକମାନ ଏବଂ ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଥାଏ ବୋଲି ମାତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପାତ୍ର ପଶୁଧନ ଗଣନା ସହିତ ସଠିକ୍ ଭାବରେ ପଶୁ ସମ୍ପଦ ବିକାଶ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମକୁ ତୁଲାଇବା ପାଇଁ ପରାମର୍ଶ ଦେଇଥିଲେ । ଏହାସହ ଠିକ ପ୍ରଶିକ୍ଷଣ ନେଇ ସଠିକ୍ ପଶୁଧନ ଗଣନା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରଶିକ୍ଷଣରେ ପ୍ରାଣୀ ଚିକିତ୍ସା ଅଧିକାରୀ, ଉପଖଣ୍ଡ ପ୍ରାଣୀଚିକିତ୍ସା ଅଧିକାରୀ ଧର୍ମଗଡ଼ ଓ ଭବାନପାଟଣା, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରାଣୀଧନ ନିରୀକ୍ଷକ, ଭେଟନାରୀ ଟେକ୍ନିସିଏନ, ମୈତ୍ରୀ, ପ୍ରାଣୀମିତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରଶିକ୍ଷଣ ଶିବିରରେ କଳାହାଣ୍ଡି ଜିଲ୍ଲାର ୧୩୩ଟି ପଶୁଧନ ଗଣନାକାରୀ ଏବଂ ୩୬ଟି ପର୍ଯ୍ୟବେକ୍ଷକଙ୍କୁ ତିନିଦିନ ପ୍ରଶିକ୍ଷଣ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି । ଡ଼ଃ. କେଦାରନାଥ ଖମାରୀ ଜିଲ୍ଲା ପ୍ରଶିକ୍ଷଣ ସଂଯୋଜକ (ଡ଼ିଟିସି) ଏହି ଶିବିରର ପରିଚାଳନା କରିଥିଲେ । ଡ଼ଃ. ମଧୁସୂଦନ ଦାସ ଏସ୍‌ଡ଼ିଭିଓ ଧର୍ମଗଡ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.