ଖପ୍ରାଖୋଲରେ ନୂତନ ପେଟ୍ରୋଲ ପମ୍ପ ଉଦ୍‌ଘାଟିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଲୋକମାନଙ୍କ ହିତକୁ ଦୃଷ୍ଟିରେ ରଖି ଖପ୍ରାଖୋଲରେ ଏକ ନୂତନ ପେଟ୍ରୋଲ ପମ୍ପ ଉଦ୍‌ଘାଟିତ ହୋଇଯାଇଛି । ଲୋକେ କିପରି ସ୍ବଚ୍ଛ ପେଟ୍ରୋଲ, ଡିଜେଲ ସୁଲଭ ମୂଲ୍ୟରେ ପାଇ ପାରିବେ, ଏହା ହିଁ ଆମର ପ୍ରଥମ ଲକ୍ଷ୍ୟ ବୋଲି ଫିଲିଙ୍ଗ ଷ୍ଟେସନର ମାଲିକ ସୁନିଲ କୁମାର ପ୍ରଧାନ କହିଛନ୍ତି । ପ୍ରଥମେ ପୂଜାର୍ଚ୍ଚନା, ହୋମଯଜ୍ଞ ହୋଇଥିଲା । ପରେ ଦୀନବନ୍ଧୁ ଫୁଏଲ୍‌ର ମାଲିକ ଶ୍ରୀ ପ୍ରଧାନ ତାଙ୍କ ଗୃପର ସମସ୍ତଙ୍କୁ ସମ୍ମାନର ସହିତ ସ୍ବାଗତ କରିଥିଲେ । ଖପ୍ରାଖୋଲ ତଥା ଆଖପାଖ ଅଂଚଳରୁ ଆସିଥିବା ଲୋକଙ୍କ ପାଇଁ ଜଳଯୋଗର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏହି ପେଟ୍ରୋଲ ପମ୍ପ ହେବା ଦ୍ବାରା ଖପ୍ରାଖୋଲ ଅଞ୍ଚଳର ଲୋକେ ଉପକୃତ ହୋଇପାରିବେ ବୋଲି କୁହାଯାଇଛି ।

Leave A Reply

Your email address will not be published.