ବନ ସୁରକ୍ଷା ସମିତି କୋଠା ଉଦ୍‌ଘାଟିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ନାରାୟଣପ୍ରସାଦ ସେକ୍ସନର ୫ଟି ବନ ସୁରକ୍ଷା ସମିତିର କୋଠା ଉଦ୍‌ଘାଟିତ ହୋଇଯାଇଛି । ସେକ୍ସନର ସମାପା, ନାଦେନ, ଗଜମରା, ପୁଟାଖେତା ଓ ଅନୁଗୁଭାରେ ଏହିସବୁ କୋଠାକୁ କଣ୍ଟାମାଳ ବିଧାୟକ ମହୀଧର ରଣା, ବୌଦ୍ଧ ଡିଏଫ୍ଓ ଯଶୋବନ୍ତ ସେଠୀ, ଏସିଏଫ୍ ରାଜେନ୍ଦ୍ର ଗୋଛାୟତ ଓ କଣ୍ଟାମାଳ ରେଞ୍ଜ ଅଫିସର୍ କ୍ଷୀରାଷ୍ଟ୍ରୀ ପ୍ରଧାନ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଏ ଅବସରରେ ସମିତିର ସଭାପତି ଦିବ୍ୟଶଙ୍କର ରାଉତଙ୍କ ସଭାପତିତ୍ବରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଅତିଥିମାନେ ବନ ଧନର ସୁରକ୍ଷା ପାଇଁ କହିବା ସହ ଯୁଗ୍ମ ବନ ପରିଚାଳନା ଉପରେ ମତବ୍ୟକ୍ତ କରିଥିଲେ । ଔଷଧୀୟ ଗୁଳ୍ମର ଆବଶ୍ୟକତାକୁ ନେଇ ସମାକୃପାରେ ଏକ ଆଦର୍ଶ ହର୍ବାଲ ବଗିଚା କରିବାକୁ ଡିଏଫ୍ଓ କହିବା ସହ ବନ୍ୟ ପ୍ରାଣୀଙ୍କ ପାଇଁ ପୋଖରୀ ଖନନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ଏକ ଗ୍ରାମୀଣ ପାଠାଗାର ପ୍ରତିଷ୍ଠା ନେଇ ଗ୍ରାମବାସୀ ଅନୁରୋଧ କ୍ରମେ ବିଧାୟକ ଆବଶ୍ୟକ ସହାୟତା ଯୋଗଇ ଦେବାକୁ କହିଥିଲେ । ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବନପାଳ ରମାକାନ୍ତ କହଁର, ବନାଞ୍ଚଳ କୋଡ଼ିନେଟର ପାର୍ଥ ସାରଥୀ ବଘାର, ସ୍ଵେଚ୍ଛାସେବୀ ରଞ୍ଜିତ ପ୍ରଧାନ ଯୋଗ ଦେଇଥିଲେ ।

Leave A Reply

Your email address will not be published.