centurian jitm

ଆଦିବାସୀ ଅଧ୍ୟୁଷିତ ସାମନ୍ତିଆପଲ୍ଲୀରେ ଓ.କେ.ସି.ଏଲ.ର ଶିକ୍ଷାକେନ୍ଦ୍ର ଉଦ୍‌ଘାଟିତ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ପାତ୍ରପୁର ବ୍ଲକର ସାମନ୍ତିଆପଲ୍ଲୀଠାରେ ଓକେସିଏଲ୍‌ର ଏକ ଅଧିକୃତ ଶିକ୍ଷାକେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଶନିବାର ପୂର୍ବାହ୍ନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ମହନ୍ତ ପରାଙ୍କୁଶ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ପଲାଇ, ଭରତପତି ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଉପେନ୍ଦ୍ର ବେହେରା, ଓକେସିଏଲ୍‌ର ଗଞ୍ଜାମ ଜିଲ୍ଲାର ମୁଖ୍ୟ ଏସ୍‌. ରେଖା ମହାନ୍ତି, ବିଜ୍ଞାନ ଶିକ୍ଷକ ଏ ମୋହନ ରାଓ ଅତିଥି ଭାବେ ଯୋଗଦେଇ ଏହି ଦୀକ୍ଷା ଇନଷ୍ଟିଚ୍ୟୁଟ ଅଫ୍‌ କମ୍ପ୍ୟୁଟର ଏଜୁକେସନ୍‌ କେନ୍ଦ୍ରକୁ ଉଦ୍‌ଘାଟନ କରିବା ସହ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଏହାର ସୁଯୋଗ ନେବାକୁ ଆହ୍ଵାନ ଦେଇଥିଲେ । ଏହି ଶିକ୍ଷାକେନ୍ଦ୍ର ମାଧ୍ୟମରେ ଅଞ୍ଚଳର ଛାତ୍ରଛାତ୍ରୀ ଆନ୍ତର୍ଜାତିକ ମାନର କମ୍ପ୍ୟୁଟର ଶିକ୍ଷାଲାଭ କରିବାର ସୁଯୋଗ ପାଇବା ସହ ବିଶ୍ୱ ବିଦ୍ୟାଳୟ ପ୍ରଦତ୍ତ ପ୍ରମାଣପତ୍ର ପାଇ ପାରିବେ ବୋଲି ଏହାର ଉଦ୍ୟୋକ୍ତା ଭବାନୀ ଶଙ୍କର ପଣ୍ଡା ଓ ରିପନ ସାବତଙ୍କ ଠାରୁ ପ୍ରକାଶ ।

Leave A Reply

Your email address will not be published.