om academy

ବଲାଙ୍ଗିର ମାଲପଡ଼ାରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଉଦ୍‌ଘାଟିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ.୧୪ ମାଲପଡ଼ାରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଉଦ୍‌ଘାଟିତ ହେବା ସହ ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପେଭର୍‌ବ୍ଲକ୍‌ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂବତନ ବଲାଙ୍ଗିର ସାଂସଦ ତଥା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଏବଂ ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦାନ କରିଛନ୍ତି । ଶତାଧିକ ବିଜେଡ଼ି କର୍ମୀଙ୍କ ସହ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ଶ୍ରୀ ସିଂହଦେଓ ଏବଂ ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିବା ସମୟରେ ଅଂଚଳର ଅସଂଖ୍ୟ ମହିଳା ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ୱାର୍ଡ ନଂ.୧୪ ମାଲପଡ଼ାରେ ଶିଶୁମାନଙ୍କ ଶିକ୍ଷା, ମା’ମାନଙ୍କ ପୁଷ୍ଟିକର ଖାଦ୍ୟ ଓ ସ୍ୱାସ୍ଥ୍ୟର ଯତ୍ନ ନିମନ୍ତେ ୱାର୍ଡ କାଉନ୍‌ସିଲର ସଂଜୁଲତା ଦନ୍ତାଙ୍କ ପ୍ରସ୍ତାବ କ୍ରମେ ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁଙ୍କ ଅନୁମୋଦନରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ସରକାରଙ୍କ ତରଫରୁ ନୂତନ ଭାବରେ ନିର୍ମାଣ କରାଯାଇଥିବା ବେଳେ ତାହା ଉଦ୍‌ଘାଟିତ ହୋଇଥିବାରୁ ସାଧାରଣରେ ଉତ୍ସାହ ଦେଖାଦେଇଛି । ଏଥିସହିତ ମାଲପଡ଼ା ମନୋଜ ଅଗ୍ରୱାଲଙ୍କ ଘର ଠାରୁ ଚକା କରନଙ୍କ ଘର ପର୍ଯ୍ୟନ୍ତ ୧୫ ଲକ୍ଷ ଟଙ୍କା ଅନୁଦାନରେ ଏକ ପେଭରବ୍ଲକ୍‌ ରାସ୍ତାର ନିର୍ମାଣ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି ।

Leave A Reply

Your email address will not be published.