oom

ଗୌଡଗୋଠ ଆଞ୍ଚଳିକ ସୁଲିଆ ବୁଢ଼ା କଲେଜ ଉଦଘାଟିତ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠରେ ମଙ୍ଗଳବାର ଦିନ ଆଞ୍ଚଳିକ ସୁଲିଆ ବୁଢ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଦ୍‌ଘାଟିତ ଏବଂ ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଉଦୟ ଶଙ୍କର ରଣା ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଉକ୍ତ ଉଦ୍‌ଘାଟନୀ ସଭାରେ ସମବାୟ ସମିତି ସଭାପତି ଟିକେରାମ ରଣାଙ୍କ ସଭାପତିତ୍ୱରେ ଜୟସିଂହ କୁମ୍ଭାର ସଭା ପରିଚାଳନା କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ଗୁରୁଦେବ ରଣା, ପୂର୍ବତନ ଶିକ୍ଷକ ଚନ୍ଦ୍ରଶେଖର ରଣା, ପୂର୍ବତନ ସରପଂଚ ଅଶୋକ ରଣା, ନୀଳମଣି ରଣା, ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରେମରାଜ ପ୍ରଧାନ, ସରପଂଚ ରଞ୍ଜିତା ସାହୁ, ସମିତି ସଭ୍ୟ ଟଙ୍କଧର ବେରିଆ, କ୍ଷୀରୋଦ୍ର ପ୍ରସାଦ ରଣା ପ୍ରମୁଖ ଯୋଗ ଦେଇଥିଲେ । ସମବାୟ ସମିତି ସମ୍ପାଦକ ଦୁର୍ଯ୍ୟୋଧନ ରଣା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଆଲୋକ ଭୁଏ, ଘନଶ୍ୟାମ ପଧାନ, ବିକ୍ରମ ରଣା, ଶିବ ରଣା, ନୁକେଶ ରଣା, ଦିନେଶ ରଣା ସହଯୋଗ କରିଥିଲେ । କଲେଜର ନୂତନ ଛାତ୍ରଛାତ୍ରୀ, ଅଭିଭାବକ, ଅଭିଭାବିକା ପ୍ରମୁଖ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.