ଟିଟିଲାଗଡ ଉପଖଣ୍ଡଠାରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉନ୍ନତିମୂଳକ ପ୍ରକଳ୍ପ ଉଦ୍‌ଘାଟିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ଟିଟିଲାଗଡ଼ଠାରେ ଉନ୍ନତିମୂଳକ ପ୍ରକଳ୍ପର ଉଦ୍‌ଘାଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଆଭାସୀ ମାଧ୍ୟମରେ ୦୬ କୋଟି ୬୨ ଲକ୍ଷ ୪୦ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଗୋଡିଆଯୋର ନୂତନ ହାଇଲେଭେଲ ସେତୁ, ୧ କୋଟି ୫କ୍ଟ ଲକ୍ଷ ବ୍ୟୟରେ ଟିଟିଲାଗଡ ସଦର ମହକୁମାଠାରେ ନବ ନିର୍ମିତ ଟାଉନ ହଲକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି ଏବଂ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ, ବଲାଙ୍ଗିରଙ୍କୁ ଟାଙ୍କେର କ୍ରେୟ ନିମନ୍ତେ ୫୦ ଲକ୍ଷ ମୂଲ୍ୟର ଚେକ୍‌ ଏହି କାର୍ଯ୍ୟକ୍ରମରେ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜଳ ସମ୍ପଦ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ, ପାଟଣାଗଡ଼ ବିଧାୟକ ସରୋଜ ମେହେର, ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଉର୍ମିଳା ମାଝୀ, ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଭ୍ୟ ହଂସରାଜ ଜୈନ ପ୍ରମୁଖ ମଂଚାସୀନ ଥିଲେ । ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ନିଜ ବକ୍ତବ୍ୟରେ ପଶ୍ଚିମ ଓଡିଶାର ମୁଖ୍ୟମନ୍ତ୍ରୀ ବିକାଶ ପାଇଁ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି କହିଥିଲେ । ସେଥିନିମନ୍ତେ ସେ ପଶ୍ଚିମ ଓଡିଶା ବିକାଶ ସକାଶେ ବିଭିନ୍ନ ପ୍ରକଳ୍ପ ଗୁଡିକ ହାତକୁ ନେଇ ଯଥା ଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ନିର୍ଦେଶ ଦେଇଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଜୁହାର କହି ବକ୍ତବ୍ୟ ଆରମ୍ଭ କରି ପଶ୍ଚିମ ଓଡିଶାର ବିକାଶ ମୋର ଲକ୍ଷ୍ୟ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିପିନ ବିହାରୀ ଦୀପ, ନିର୍ବାହୀ ଅଧିକାରୀ, ପୌରପରିଷଦ, ଡ଼ ଲଳିତ ବାଗ, ତହସିଲଦାର, ପଦାଧିକାରୀ, ଅରୁଣ ମିଶ୍ରଙ୍କ ସମେତ ବହୁ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.