ଖପ୍ରାଖୋଲରେ ମିଶନ ଶକ୍ତି କାଫେ ଉଦ୍‌ଘାଟିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି କାଫେ ପ୍ରତିଷ୍ଠା କରାଯାଇଛି । ଆଜି ପାଟଣାଗଡ଼ ବିଧାୟକ ତଥା ସରକାରଙ୍କ ଉପମୁଖ୍ୟ ସଚେତକ ସରୋଜ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କେଫେକୁ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ଜିଲ୍ଲାପାଳ ଚଞ୍ଚଳ ରାଣା, ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ ତଥା ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ ଉପସ୍ଥିତ ଥିଲେ । ରାଜ୍ୟ ସରକାର ମହିଳାମାନଙ୍କର ସର୍ବାଙ୍ଗୀନ ଉନ୍ନତି ସହ ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି । ଏହି ମିଶନ ଶକ୍ତି କାଫେ ମହିଳା ସଶକ୍ତିକରଣ ଦିଗରେ ଆଉ ଏକ ପାଦ ଆଗକୁ ଯାଇ ଅନେକ ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ଅନୁପ୍ରାଣିତ କରିବ ବୋଲି ବିଧାୟକ ମହୋଦୟ ଏଠାରେ ମତ ପ୍ରକାଶ କରିଥିଲେ । ସେହିପରି ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ପରିଚାଳିତ ଏହି ଅଭିନବ କାଫେ ସ୍ୱାବଲମ୍ବନ ହେବାରେ ଅନେକ ମହିଳାଙ୍କୁ ଅନୁପ୍ରାଣିତ କରିବ ବୋଲି ଜିଲ୍ଲାପାଳ ମହୋଦୟ ଏହାର ଉଦ୍‌ଘାଟନ ଅବସରରେ କହିଛନ୍ତି । ଖପ୍ରାଖୋଲର ମା’ ଗଜଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହି କାଫେର ପରିଚାଳନା ଦାୟିତ୍ୱ ଦିଆଯାଇଛି । ଏହି କାଫେ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ ହୋତା, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ପ୍ରଯୋଜକ ସୁମନ ଦ୍ୱିବେଦି, ଖପ୍ରାଖୋଲ ସିଡ଼ିପିଓ ସୁଜାତା ଦୋରା, ମିଶନ ଶକ୍ତି ବ୍ଲକ ପ୍ରକଳ୍ପ ସଂଯୋଜକ ମନୋଜ କେରକେଟା, ବିଏଲ୍‌ସି ପ୍ରଶାନ୍ତ ନନ୍ଦ, ବିଧାୟକ ପ୍ରତିନିଧି ରମେଶ ପଧାନ, ବ୍ଲକ ଉପାଧକ୍ଷ ଶୁଖିରାମ ଷାଣ୍ଢ, ଜୋନ ୪ ଜିଲ୍ଲାପରିଷଦ ସଭ୍ୟା ପ୍ରମିଳା ପାଥର, ଜୋନ ୩ ଜିଲ୍ଲାପରିଷଦ ସଭ୍ୟା ସଞ୍ଜୁକ୍ତା ମେହେର, ଖପ୍ରାଖୋଲ ସମିତି ସଭ୍ୟା ଶୁଶିଲା ଭୁଏ, ଖପ୍ରାଖୋଲ ସରପଞ୍ଚ ବେଟିଖାଇ ସେନ୍ଦ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.