- ସୋଲାର ପାଇଲଟ ପ୍ରକଳ୍ପ ଗଞ୍ଜାମ ଜିଲ୍ଲାରେ କୃଷିଭିତ୍ତିକ କାର୍ଯ୍ୟରେ କ୍ଲିନ୍-ଏନାର୍ଜି ଭାବେ ଉପଯୋଗି ହେବ : ଜିଲ୍ଲାପାଳ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରାଥମିକ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଓ ହିଞ୍ଜିଳିକାଟୁରେ ସୌରଚାଳିତ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି । ଏହା କୃଷିଭିତ୍ତିକ କାର୍ଯ୍ୟରେ ବ୍ୟବହାର ଓ ଉପଯୋଗିତାରେ ଲାଗିବ । ଯାହା ଫଳରେ ଗଞ୍ଜାମ ଜିଲ୍ଲାରେ କୃଷି ଓ କୃଷକମାନଙ୍କ କାର୍ଯ୍ୟରେ ଲାଭଦାୟକ ହେବ ତଥା କୃଷିଭିତ୍ତିକ କାର୍ଯ୍ୟରେ ବୃହତ୍ତର ଉନ୍ନତି ସାଧିତ ହେବ । ଯାହାକି ଏହା ବିଶ୍ୱ ଖାଦ୍ୟ ଯୋଜନାର ଏକ ଅଂଶ ବିଶେଷ ଯୋଜନା ୟୁନାଇଟେଡ଼ ନେସନ୍ସ ସୌଜନ୍ୟରେ ହେବାକୁ ଯାଉଥିବା ଏହି ପାଇଲଟ ପ୍ରକଳ୍ପ ଆମ ଗଞ୍ଜାମ ଜିଲ୍ଲାରେ ଏକ ଉନ୍ନତ ସ୍ୱଚ୍ଛ ପ୍ରଦୂଷଣହୀନ ଶକ୍ତି ଅବା କ୍ଲିନ୍-ଏନାର୍ଜିର ଉପଯୋଗିତା ଆମ୍ଭେ ପାଇପାରିବା ବୋଲି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଗଣମାଧ୍ୟମ ଆଗରେ କହିଛନ୍ତି ।
ଜିଲ୍ଲା ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ବିଶ୍ୱ ଖାଦ୍ୟ ଓ ଯୋଜନାର ଏକ ଅଂଶ ବିଶେଷ ସୌର ୪ ନମନୀୟତା ପ୍ରକଳ୍ପ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି ।