ସଳଙ୍ଗାବାହାଲଠାରେ ଲୋକକଳା ମହୋତ୍ସବ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାର ଲୁପ୍ତପ୍ରାୟ ଲୋକକଳାକୁ ଜନମାନସରେ ଉଦ୍‌ଜୀବିତ ରଖିବା ପାଇଁ ଶ୍ରୀ ଶ୍ରୀ ଲକ୍ଷ୍ମୀ ଈଶ୍ଵର ସାଂସ୍କୃତିକ କଳା ସଙ୍ଘ ସଲଙ୍ଗାବାହାଲ, ଜିଲ୍ଲା କଳା ଓ ସଂସ୍କୃତି ସଙ୍ଘ ସୁନ୍ଦରଗଡ଼, ଶ୍ରୀ ଶ୍ରୀ କଦମ୍ବ କେଶରୀ ସାଂସ୍କୃତିକ କଳା ପରିଷଦ ବଣାଇ ଓ ଢୋଲ ମୁହୁରୀ କଳା ପରିଷଦ ଦ୍ୱାରା ରାଉରକେଲା ଲୋକକଳା ମହୋତ୍ସବ ସଲଙ୍ଗାବାହାଲ ପଂଚାୟତ ଅଫିସ ପଡିଆରେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା କୁଆଁରମୁଣ୍ଡା ଜ୍ୟୋତିର୍ମୟୀ କେରକେଟା, ମହୋତ୍ସବ ମଣିଷ ଓ ବିଶିଷ୍ଟ ସମାଜସେବୀ ଡ଼କ୍ଟର ସୁମନ ଦତ୍ତ, ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର କୁଜୁର, ସଲଙ୍ଗାବାହାଲ ସରପଞ୍ଚ ମଞ୍ଜୁଲତା ସୋରେଙ୍ଗ, ଉପସଭାପତି ଜିଲ୍ଲା କଳା ଓ ସଂସ୍କୃତି ସଙ୍ଘ ସୁନ୍ଦରଗଡ଼ ଫକୀର ବାଡା, ସଦର ବ୍ଲକ ଉପସଭାପତି ସୁନୀଲ ମହାପାତ୍ର, କୁଆଁରମୁଣ୍ଡା ସରପଞ୍ଚ ରାଜେଶ ହାଁସଦା, ଗୁରୁ ଦଶରଥ ସାହୁ, ବେଣୁଧର ସାହୁ, ରଜନୀକାନ୍ତ ଦଣ୍ଡିଆ, ଡିଲେଶ୍ୱର ମାଝୀ, ଅରବିନ୍ଦ ସାହୁ, ପଦ୍ମଚରଣ ଆଚାର୍ଯ୍ୟ, ଆକାଶବାଣୀ ସଂଗୀତ ନିର୍ଦ୍ଦେଶକ ରମେଶ ସୁନା, ସୁରଜ ମାହିକ ପ୍ରମୁଖ ଯୋଗଦାନ କରିଥିଲେ । ଉତ୍ସବ ଉଦ୍‌ଘାଟନ କରି ଶ୍ରୀମତୀ କେରକେଟା ଏଭଳି ଉତ୍ସବର ଭୁୟସୀ ପ୍ରଶଂସା କରିଥିବା ବେଳେ, ଲୁପ୍ତପ୍ରାୟ ହୋଇ ଆସୁଥିବା ଲୋକକଳାର ପୁନଃରୁଥାନ ସାମାଜିକ ସୁରକ୍ଷା ଓ ସନ୍ତୁଳନ ପାଇଁ ଏକାନ୍ତ ଅପରିହାର୍ଯ୍ୟ ବୋଲି ଡ଼କ୍ଟର ଦତ୍ତ ମତ ଦେବା ସହ ଉଦ୍ୟୋକ୍ତାମାନଙ୍କ ଉଦ୍ୟମକୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପତି ମାରିଆନୁସ କିରୋ, ସମ୍ପାଦକ ସୁଧୀର ମିଞ୍ଜ, ସତ୍ୟବାନ୍ ସାହୁ, ଶଙ୍କର ସାହୁ, ପ୍ରକାଶ କମାର, ବୁଲୁ ସାହୁ, ସମାରୁ କମାର, ବଳରାମ ସାହୁ, ବନବିହାରୀ ସାହୁ ପ୍ରମୁଖ ଉତ୍ସବର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଭିନ୍ନ କଳା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା କଳାକାରମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ୬୦ରୁ ଉର୍ଦ୍ଧ୍ବ ସାଂସ୍କୃତିକ ଦଳ ତାଙ୍କର କଳାନୈପୂଣ୍ୟ ବେଶ ଚିତାକର୍ଷକ ଶୈଳୀରେ ପରିବେଷଣ କରିଥିଲେ । ଖୋର୍ଦ୍ଧାର ଗୋଟି ପୁଅ ନାଚ, ଫକୀର ବାଡା ଓ ସାଥିଙ୍କ ଦ୍ଵାରା ବାଦ ପାଲା ସଂଧ୍ୟାରେ ପ୍ରଦର୍ଶିତ ହୋଇଥିଲା । ଉତ୍ସବକୁ ହଜାର ହଜାର ଲୋକ ମନ ଭରି ଉପଭୋଗ କରିଥିଲେ । ଉକ୍ତ ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ ଆସନ୍ତା ୨୩ ତାରିଖ ଯାଏଁ ଚାଲିବ ବୋଲି ଜଣାପଡିଛି ।

Leave A Reply

Your email address will not be published.