oom

ଚାଲ ଆମେ ସ୍କୁଲ ଯିମା ସଚେତନତା ଅଭିଯାନ ଉଦ୍‌ଘାଟିତ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ବାଳିକା ବିଦ୍ୟାଳୟ ପରିସରରେ ୬ରୁ ୧୪ ବର୍ଷ ବୟସ ମଧ୍ୟରେ ଥିବା ସବୁ ପିଲାମାନଙ୍କୁ ସ୍କୁଲରେ ସେମାନଙ୍କୁ ନିୟମିତ ପାଠପଢ଼ାକୁ ଚାଲୁ ରଖିବା ଉଦ୍ଦେଶ୍ୟରେ ଚାଲ ଆମେ ସ୍କୁଲ ଯିମା ସଚେତନତା ଅଭିଯାନ ରଥକୁ ସଇଁତଲା ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସବୁଜ ପତାକା ଦେଖାଇ ଉଦ୍‌ଘାଟିତ କରିଥିଲେ । ଏହି ବୈଠକରେ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିନାୟକ କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଭୋଇ, ମହାଦେବ ମିଶ୍ର, ସିଡିପିଓ ସବିତା ଦାସ, ସିଆସିସି ଲକ୍ଷରାଜ ମେହେର, ହରି ନାଗ, ଶେଷଦେବ ପ୍ରଧାନ, ଚିନ୍ତାମଣି ସାହୁ, ପ୍ରଦୀପ ନାଗ, ଲବ ଦଣ୍ଡସେନା, ହିମାଂଶୁ ବେହେରା ଓ ଶାରୀରିକ ଶିକ୍ଷୟିତ୍ରୀ ରଞ୍ଜିତା ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହାପରେ ସ୍କୁଲ ଛାତ୍ରୀମାନଙ୍କ ଦ୍ୱାରା ଏକ ସଚେତନତା ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ରଥ ୫ ଦିନ ଧରି ବ୍ଲକର ବିଭିନ୍ନ ୧୭ ଗୋଟି କ୍ଲଷ୍ଟରକୁ ପରିଦର୍ଶନ କରି ସଚେତନତା କରିବ ବୋଲି ବିଇଓ ଶ୍ରୀ ଭୋଇ ସୂଚନା ଦେଇଥିଲେ । ଏହି ରଥ ସଇଁତଲା କ୍ଲଷ୍ଟରର ଲାଚୁଟ ପ୍ରକଳ୍ପ ବିଦ୍ୟାଳୟକୁ ପହଂଚିବା ପରେ ବିଦ୍ୟାଳୟ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭୂମିଜାବାଇ ଗୁରୁ, ଶିକ୍ଷୟିତ୍ରୀ ହିରଣ୍ମୟୀ ପୃଷେଠ, ସୁପାଲି ପାଣ୍ଡେ ତଥା ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.