ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ଶିବତଲା ସ୍ଥିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଛାତ୍ରୀମାନଙ୍କ ପାଇଁ ଆତ୍ମସୁରକ୍ଷା ତାଲିମ ଶିବିରର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ କୃପାସିନ୍ଧୁ ଯୋଷୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଶିବତଲା ପଞ୍ଚାୟତ ସରପଞ୍ଚ ଶୁଭକାନ୍ତି ମାଝି ମୁଖ୍ୟ ଅତିଥି ଓ ନାଏବ ସରପଞ୍ଚ ନିରଞ୍ଜନ ମେହେର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ପ୍ରୋଗ୍ରାମ ସଂଯୋଜକ ସୁବ୍ରତ କୁମାର ତ୍ରିପାଠୀ ସଭା ପରିଚାଳନା କରିଥିଲେ ଓ ମାଷ୍ଟର ଟ୍ରେନର ପ୍ରିୟଙ୍କା ମିଶ୍ର ଓ ରୋଜି କଲତା ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟ ଆରମ୍ଭ କରିଥିଲେ ।

Leave A Reply

Your email address will not be published.