ନୂତନ ପଂଚାୟତ କାର୍ଯ୍ୟାଳୟ ଗୃହ ଉଦ୍‌ଘାଟିତ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ କରୁଆଁଝର ଗ୍ରାମ ପଂଚାୟତର ନୂତନ ପଂଚାୟତ କାର୍ଯ୍ୟାଳୟ ଗୃହ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି । ପାଟଣାଗଡ ବିଧାୟକ ତଥା ସରକାରୀ ଦଳ ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ନୂତନ ଗୃହକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖପ୍ରାଖୋଲ ପଂଚାୟତ ସମିତି ଅଧ୍ୟକ୍ଷା ନିରୂପମା ପଟେଲ, ଉପାଧ୍ୟକ୍ଷ ସୁଖିରାମ ଷାଣ୍ଢ, ବିଧାୟକ ପ୍ରତିନିଧି ରମେଶ ପଧାନ, ଜିଲ୍ଲାପରିଷଦ ସଭ୍ୟା ସଂଯୁକ୍ତା ମେହେର, କରୁଆଁଝର ସରପଂଚ ଜପସ୍ୱିନୀ ସାହୁ, ସମିତି ସଭ୍ୟ ସନ୍ତୋଷ ତାଣ୍ଡି ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ପରେ ନୂତନ ଭାବେ ନିର୍ମାଣ ହୋଇଥିବା ମିଶନଶକ୍ତି ଗୃହକୁ ବିଧାୟକ ସରୋଜ ମେହେର ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜକିଶୋର ନାଏକ କନିଷ୍ଠ ଯନ୍ତ୍ରୀ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ କୁମାର ସାହୁଙ୍କ ସମେତ ଗୋବିନ୍ଦ ବାରିକ, ଇନ୍ଦ୍ରମଣି ସାହୁ, ସଞ୍ଜିବ ସାହୁ ପ୍ରମୁଖ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ଥାନୀୟ ଜନସାଧାରଣ ବିଧାୟକଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ସହିତ ଆପତ୍ତି ଅଭିଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!