ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ସହରାଂଚଳ ମୋ ସେବା କେନ୍ଦ୍ର’ ଉଦ୍‌ଘାଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ବାପୁଜୀନଗରରେ ଆଦର୍ଶ ‘ସହରାଂଚଳ ମୋ ସେବା କେନ୍ଦ୍ର’ ଉଦ୍‌ଘାଟନ କରିଛନ୍ତି । ଏହି କେନ୍ଦ୍ରରେ କୃଷକ ପଞ୍ଜିକରଣ, ଶ୍ରମ ପଞ୍ଜିକରଣ, ଜନ୍ମମୃତ୍ୟୁ ପ୍ରମାଣପତ୍ର, ଆଧାର ଓ ପାନ୍ କାର୍ଡ, ବିଏସ୍‌କେୱାଇ, ଜୀବନ ପ୍ରମାଣ ଇତ୍ୟାଦି ଡିଜିଟାଲ୍ ସେବା ଯୋଗାଇ ଦିଆଯିବ । ବର୍ତ୍ତମାନ ସୁଦ୍ଧା ୬୨୦୦ ପଞ୍ଚାୟତରେ ‘ମୋ ସେବା କେନ୍ଦ୍ର’ ପ୍ରତିଷ୍ଠା କରାଯାଇ ୪୦୦ରୁ ଅଧିକ ସେବା ସୁଲଭ ମୂଲ୍ୟରେ ଉପଲବ୍ଧ କରାଯାଇଛି । ଏହି କେନ୍ଦ୍ରରେ ୪ଟି ସାଧାରଣ କାଉଣ୍ଟର ଏବଂ ୨ଟି ଆଧାର କାଉଣ୍ଟର ଉପଲବ୍ଧ କରାଯାଇଛି । କେନ୍ଦ୍ରରେ ଲୋକଙ୍କ ପାଇଁ ସୁବ୍ୟବସ୍ଥିତ ପ୍ରତୀକ୍ଷାଗୃହର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.