oom

୭୫ତମ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବର ୭୫ତମ ହୀରକ ଜୟନ୍ତୀ ସମାରୋହ ହାଟପଦା ସ୍ଥିତ ରାଜ ଦରବାରଠାରେ ଉଦ୍‌ଘାଟିତ ହୋଇଯାଇଛି । ରାଜକୀୟ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାନେତ୍ରୀ ମୋନୀଷା ବାନାର୍ଜୀ, ଜିଲ୍ଲା ଏସ୍‌ପି ତଥା ଧନୁଯାତ୍ରା ମହୋତ୍ସବ ସମିତିର କାର୍ଯ୍ୟକାରୀ ସଭାପତି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ ଦୀପ ପ୍ରଜ୍ୱଳନ ଓ ଫିତା କାଟି ଉଦ୍‌ଘାଟନ କରିଥିଲେ । ସମିତିର ଆବାହକ ସୁରେଶ୍ଵର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥିମାନେ ମଥୁରାନଗରୀର ଉନ୍ନତି ସଂପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ କଲ୍ୟାଣୀ ଦାସ, ପୌର ପରିଷଦ ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ରାଜ ଦରବାରର ଆବାହକ ରାଜେନ୍ଦ୍ର ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ଦିବସରେ ଦେବକୀ ବସୁଦେବଙ୍କ ବିବାହ, ଦୈବିବାଣୀ, ଉଗ୍ରସେନ ମହାରାଜାଙ୍କୁ ଗାଦିଚ୍ୟୁତ କରି ଯୁବ ରାଜା କଂସଙ୍କ ସିଂହାସନ ଆରୋହଣ, ଦେବକୀ ବସୁଦେବଙ୍କୁ ମହାରାଜା କଂସଙ୍କ ଦ୍ଵାରା କାରାଗାର ପ୍ରେରଣ ଆଦି ଦୃଶ୍ୟ ସହରର ବିଭିନ୍ନ ସ୍ଥାନରେ ଅଭିନିତ ହୋଇଥିଲା । ଉଦ୍‌ଘାଟନୀ ଦିବସ ତଥା ମହୋତ୍ସବର ହୀରକ ଜୟନ୍ତୀ ଅବସରରେ ଏକ ବାର୍ଣ୍ଣାଢ୍ୟ ଶୋଭାଯାତ୍ରା ଗାନ୍ଧୀ ଛକ ଠାରେ ବାହାରି ସହର ପରିକ୍ରମା କରିବା ପରେ ସମଲେଶ୍ଵରୀ ମନ୍ଦିର ଠାରେ ଶେଷ ହୋଇଥିଲା । ସେହିପରି ଅନ୍ୟ ଏକ ଶୋଭାଯାତ୍ରା ମା’ ସମଲେଶ୍ଵରୀଙ୍କ ମନ୍ଦିରୁ ବାହାରି ରାଜ ଦରବାର ପର୍ଯ୍ୟନ୍ତ ଆସିବା ପରେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ନେତା, ସମସ୍ତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.