jayashree

୪ର୍ଥ କୋଏଲ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୪ର୍ଥ କୋଏଲ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌ ପ୍ରତିଯୋଗିତା କୋଏଲନଗର ସ୍ଥିତ ଏ ବ୍ଲକ ଦୁର୍ଗାପୂଜା ପଡିଆ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଚମ୍ପିୟାନସିପ୍‌ର କାର୍ଯ୍ୟକାରୀ ସଂପାଦକ ସୁମନ୍ତ ଜେନାଙ୍କ ଆବାହକତ୍ୱ ଓ ଅଧ୍ୟାପକ ରଶ୍ମିରଂଜନ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି ଉଦ୍‌ଘାଟନୀ ଉତ୍ସବରେ ଡାକ୍ତର ସୁଧୀର ରଂଜନ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ, ବ୍ୟାଡମିଣ୍ଟନ ଖେଳିଲେ ହୃଦ୍‌ରୋଗ, ମଧୁମେହ, ଶାରୀରିକ ଓଜନ ପ୍ରାୟ ୪ କେଜି ପର୍ଯ୍ୟନ୍ତ ହ୍ରାସ ପାଇବା ସହ ରକ୍ତ ସଂଚାଳନ ଠିକ୍ ଭାବରେ ହୋଇଥାଏ । ଏହା ସହ ଖେଳ ମାଧ୍ୟମରେ ଭାଇଚାରା ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥାଏ । ଏହି ଚମ୍ପିୟାନସିପ୍‌ ଆସନ୍ତା ଜାନୁଆରୀ ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ପୁରୁଷ ବିଭାଗରେ ୨୧ଟି, ୧୬ ବର୍ଷରୁ କମ୍ ବିଭାଗରେ ୧୮ଟି, ଏକକ ପ୍ରତିଯୋଗିତାରେ ୧୬ଟି, ୧୯ ବର୍ଷରୁ କମ୍‌ରେ ୧୨ଟି ଟିମ୍ ଓ ୪୫ ବର୍ଷରୁ ଉର୍ଦ୍ଧ୍ବ ୧୬ଟି ଟିମ୍ ଏଥିରେ ଭାଗ ନେଇଛନ୍ତି । ଏହି ଖେଳରେ ବିଜେତା ଓ ଉପବିଜେତା ଦଳକୁ ଆସନ୍ତା ୫ ତାରିଖ ଦିନ ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ସମନ୍ୱୟକାରୀ ଅଭିରାମ ମହାନ୍ତି, ସଂପାଦକ ବିଶ୍ୱେଷ ମିଶ୍ର, ସଦସ୍ୟ ଅଶୋକ ରଥ ମଞ୍ଚାସୀନ ଥିବାବେଳେ ତିରୁ ମହାରଣା, ମୀନକେତନ ମିଶ୍ର, ଗାବୁ ବେହେରା, ଶିବୁନ, ଅଧିକାନ୍ତ, ତାରିଣୀ, ପ୍ରତୀକ, ବୁନୁ, ହରିଜ ଜେନା, ଅଜୟ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.