ଓସିପିଏଲ୍‌ର ମନୋହରପୁର ଟାଉନ୍‌ସିପ୍‌ ଉଦ୍‌ଘାଟିତ

ଭୁବନେଶ୍ୱର, (କେପିଏନ୍‌ଏ୍‌) : ଓଡ଼ିଶା କୋଲ୍‌ ଆଣ୍ଡ ପାୱାରା ଲିମିଟେଡ଼ (ଓସିପିଏଲ୍‌)ର ମନୋହରପୁର ଟାଉନ୍‌ସିପ୍‌ ନିକଟରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଶକ୍ତି ସଚିବ ନିକୁଞ୍ଜ ଧଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ଓସିପିଏଲ୍‌ର ବିଭିନ୍ନ ଉପଲବ୍ଧକୁ ଉଚ୍ଚ ପ୍ରଶଂସା କରିଥିଲେ ।

ସେହିଭଳି ଓସିପିଏଲ୍‌ର ସବୁ କର୍ମଚାରଙ୍କୁ ଏକ ମନୋଭବରେ ରାଜ୍ୟର ସମୃଦ୍ଧି ପାଇଁ କାର୍ଯ୍ୟ କରିବାକୁ ଧଳ ଆହ୍ୱାନ ଦେଇଥିଲେ ।
ସେହିପରି ଓସିପିଏଲ୍‌ର ସିଇଓ ସାରିପୁତ୍ତ ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ ସହ ଉକ୍ତ ଟାଉନ୍‌ସିପ୍‌ରେ ନିର୍ମିତ ହୋଇଥିବା ଘର ଓ ଅନ୍ୟ ସମସ୍ତ ସୁବିଧା ବିଷୟରେ ସେ ଉପସ୍ଥିତ ଅତିଥି ଓ ଅନ୍ୟମାନଙ୍କୁ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ଏଡିଏମ୍‌ ଅଭିମନ୍ୟୁ ବେହେରା ଏବଂ ଓପିଜିସିର ନିର୍ଦ୍ଦେଶକ ମାନସ ରାଉତ (ଅପରେସନ୍‌) ପ୍ରମୁଖ ଯୋଗ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଓସିପିଏଲ୍‌ କୋଇଲା ଖଣିର ସମସ୍ତ କର୍ମଚାରୀମାନେ ଉକ୍ତ ଟାଉନ୍‌ସିପ୍‌ରେ ରହିବେ । ବିଶେଷ କରି ଉକ୍ତ ପ୍ରକଳ୍ପ ଗ୍ରୀନ୍‌ ବିଲଡିଙ୍ଗ୍‌ ଉପକରଣରେ ନିର୍ମିତ ହୋଇଛି । ପ୍ରତ୍ୟେକ ଗୃହ ସୌରଶକ୍ତି ସମ୍ପର୍ଣ୍ଣ ଏବଂ ସବୁ ଗୃହରେ ଶକ୍ତି ସଞ୍ଚୟର ଉନ୍ନତ ବ୍ୟବସ୍ଥା କରାଯାଇଛି ବୋଲି ଓପିସିଏଲ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.