କୋଣାର୍କ ଇନ୍‌ଫ୍ରାକୋର୍‌ର ୨ୟ ଉତ୍କର୍ଷ କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଣାର୍କ ଇନ୍‌ଫ୍ରାକୋରର ୨ୟ ଉତ୍କର୍ଷ କେନ୍ଦ୍ର ସମ୍ବଲପୁରରେ ଉଦ୍‌ଘାଟିତ ହୋଇଯାଇଛି । ଏପରିକି ଭୁବନେଶ୍ୱରର ଦ ଗ୍ରାଣ୍ଡ ଶିବା ହୋଟେଲରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀର ୨ୟ ‘ଏକ୍ସିଲେନ୍ସ ସେଣ୍ଟର ବା ଉତ୍କର୍ଷ କେନ୍ଦ୍ର’ର ଉଦ୍‌ଘାଟନ ସମ୍ପର୍କରେ ଘୋଷଣା କରାଯାଇଥିଲା । ଏ ସମ୍ପର୍କରେ କୋଣାର୍କ ଇନ୍‌ଫ୍ରାକୋର୍‌ର ପରିଚାଳନା ନିର୍ଦ୍ଦେଶକ କୌଶିକ ଦାସ କହିଛନ୍ତି, ଏକ ସମ୍ମାନିତ ଡିଲର କମ୍ପାନୀ ଭାବେ କୋଣାର୍କ ଇନ୍‌ଫ୍ରାକୋର ସର୍ବଦା ନିଜ ଗ୍ରାହକଙ୍କୁ ସେମାନଙ୍କ ବ୍ୟବସାୟ ପାଇଁ ସର୍ବୋତ୍ତମ ଉତ୍ପାଦ ଯୋଗାଇବା ଦିଗରେ କାର୍ଯ୍ୟ କରୁଛି ।

ଏହି ଲକ୍ଷ୍ୟକୁ ଧ୍ୟାନରେ ରଖି ଆମର ଲିୟୁଗୋଙ୍ଗ ଇଣ୍ଡିଆ ଉପକରଣ ସହିତ ଆମେ ଆମର ଗ୍ରାହକଙ୍କୁ ସେବା ଯୋଗାଇବା ସମେତ ସ୍ଥାନୀୟ ଚାହିଦାକୁ ପୂରା କରିବା ଲାଗି ପ୍ରୟାସ ଜାରି ରଖିଛୁ । ବିଶେଷ କରି ପଶ୍ଚିମ ଓଡ଼ିଶାର ଖଣି ଶିଳ୍ପ ପାଇଁ ଆମେ ଏହି ମଡେଲ କେନ୍ଦ୍ର ବିକଶିତ କରିଛୁ ।

ସେହିଭଳି ଲିୟୁଗୋଙ୍ଗ ଇଣ୍ଡିଆର ସେଲ୍‌ସ ଏବଂ ମାର୍କେଟିଙ୍ଗ ବିଭାଗର ଉପାଧ୍ୟକ୍ଷ ନିଶ୍ଚଳ ମେହରୋତ୍ରା କହିଛନ୍ତି, ଏହି ନୂତନ ଉତ୍କର୍ଷ କେନ୍ଦ୍ର ମାଧ୍ୟମରେ ଆମେ ଉକ୍ତ ବିଭାଗର ଉପକରଣ ବଜାରରେ ନିଜ ସ୍ଥିତିକୁ ଆହୁରି ମଜଭୁତ କରିବୁ । ଏପରିକି ଆସନ୍ତା ଜାନୁୟାରୀ ୩୧ରେ ‘ବୌମା କନ୍‌ ଏକ୍ସପୋ ଇଣ୍ଡିଆ ୨୦୨୩’ ରେ ଇଲେକ୍ଟ୍ରିକ ହୁଇଲ ଲୋଡ଼ରର ଶୁଭାରମ୍ଭ ସହ ଲିୟୁଗୋଙ୍ଗ ଇଣ୍ଡିଆ ପୁଣିଥରେ ଭାରତର ହୁଇଲ ଲୋଡର ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପ୍ରସ୍ତୁତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା, ବରଗଡ଼ ଏବଂ ବଲାଙ୍ଗିର ଜିଲାର ପ୍ରମୁଖ ବ୍ୟାଙ୍କଗୁଡ଼ିକର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ କୋଣାର୍କ ଇନ୍‌ଫ୍ରାକୋରର ବିଦ୍ୟମାନ ଗ୍ରାହକମାନେ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.