oom

ଦ୍ଵିତୀୟ ଯୁଧିଷ୍ଠିର ମିଶ୍ର ସ୍ମାରକୀ କପ୍‌ ଉଦ୍‌ଘାଟିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଖେଳ ପଡିଆ ଠାରେ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ର ସ୍ମାରକୀ ଅନ୍ତଃ ବିଭାଗ କ୍ରିକେଟ କପ୍‌ର ଦ୍ଵିତୀୟ ସଂସ୍କରଣ ଆଜି ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ମ୍ୟାଚ୍‌ଟି ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ବନାମ କମ୍ପ୍ୟୁଟର ବିଜ୍ଞାନ ବିଭାଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ନବନିର୍ବାଚିତ ସଭାପତି ସ୍ମାରକ ମିଶ୍ର ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଖେଳ ବିଭାଗ ଅଧ୍ୟକ୍ଷ ଡକ୍ତର ସଞ୍ଜୟ ସିଂ ଓ ଜିଲ୍ଲା କ୍ରୀଡ଼ା ବିଭାଗ ମୁଖ୍ୟ ପରାସର ବାଗ ଯୋଗଦାନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଆୟୋଜକ କମିଟିର ସଭ୍ୟ ଅଙ୍କିତ ସାହୁ, ଅଜିତ ମହାନନ୍ଦ, ଶୁଭେନ୍ଦୁ ସାହୁ, ଅଞ୍ଚଳ ପଣ୍ଡା, ସରୋଜ ସାହୁ, କ୍ଷୀତିଚନ୍ଦ୍ର ମନହୀରା, ଚିନ୍ମୟ ବେହେରା, ନୀତିଶ ପଧାନ, ସୌମ୍ୟଜିତ ପଟ୍ଟନାୟକ, ଆଶିଷ ମହାରଣା, ରୋଶନ ପଣ୍ଡା, ଦେବାଶିଷ ସାହୁ, କାଂହୁ ଚରଣ ବହିଦାର, ଦିନେଶ ସାହୁ, ନିଗମ କଲତା, ଓମ ରାଉତ, ନାରାୟଣ ସାହୁ, ଗୁଡଲୁ ସାହୁ, ବିକ୍ରମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.