ସିନାପାଲି ବ୍ଲକର ୪ଟି ପଞ୍ଚାୟତରେ ଲିଙ୍ଗଭିତ୍ତିକ ହିଂସାର ପରିସମାପ୍ତି ପାଇଁ ପ୍ରେରଣା କେନ୍ଦ୍ର ଉଦ୍‌ଘାଟିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନିଲଜି, ଗୋର୍ଲା, ହାତିବନ୍ଧା, ଘଣ୍ଟିଗୁଡ଼ା ଗ୍ରାମ ପଞ୍ଚାୟତମାନଙ୍କରେ ଲିଙ୍ଗଭିତ୍ତିକ ହିଂସାର ପରିସମାପ୍ତି ଅଭିଯାନ ଉଦ୍‌ଯାପିତ ହୋଇଯାଇଛି । ଏଠାରେ ମହିଳା ପ୍ରେରଣା କେନ୍ଦ୍ର, କେନ୍ଦ୍ର ମନ୍ତ୍ରୀ ଗିରି ରାଜ ସିଂ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଭାରତ ସରକାର ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟିତ ହୋଇଥିଲା । ଏକ ନୂତନ ମାନସିକତାର ପରିବର୍ତ୍ତନ ଆରମ୍ଭ କରିବା ପାଇଁ ଶପଥ ନେବା ସହିତ ଜତକାଲି ଠାରୁ ଚଳିତ ମାସ ୨୩ ତାରିଖ ପର୍ଯ୍ୟନ୍ତ ସ୍ଵୟଂ ସହାୟକ ଗୋଷ୍ଠୀ ଆଞ୍ଚଳିକ ମଞ୍ଚ ଏବଂ ଗ୍ରାମ ପଞ୍ଚାୟତସ୍ତରୀୟ ସଂଘରେ ବିଭିନ୍ନ ପ୍ରକାରର କାର୍ଯ୍ୟ କରି ହିଂସା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସିନାପାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସର୍ବେଶ୍ଵର ଜାଲ, ନବ ନିଯୁକ୍ତି ତହସିଲଦାର ଉପାଞ୍ଜଳି ମାଝୀ, ଡିପିଏମ ଟିମନ୍ ବାରା, ବିପିଏମ ଶରତ ଚନ୍ଦ୍ର ଦୀପ, ଡିପିସି ପ୍ରିୟଦର୍ଶିନୀ ଯୋଶୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଅଂଶଗ୍ରହଣ କରିଥିଲେ । ପ୍ରକାଶ ଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମରେ ପିସିଆଇ ଓ ଏଲ୍ଏମର ମିଳିତ ସହଯୋଗରେ ସୁଚାରୁ ରୂପେ ସମ୍ପାଦନା ହେବା ସହିତ କେଦାର ସୁନାନି, ଚଣ୍ଡୀ ଚରଣ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, କ୍ଷେତ୍ର ମାଳି ତଥା ଅନେକ ମହିଳାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.