oom

ଲାଜରୁସ ଲାକ୍ରା ମେମୋରିଆଲ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଫୁଟବଲ ପ୍ଲେୟାର୍ସ ଓ ସେକ୍ଟର ୬ ବୀର ବିର୍ସା ଫୁଟବଲ ୟୁଥ କ୍ଲବର ମିଳିତ ଆନୁକୂଲ୍ୟରେ ତ୍ରିଦିବସୀୟ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ସେକ୍ଟର ୬ ସ୍ଥିତ ଏଚ୍ ବ୍ଲକ ପଡିଆ ଠାରେ ଆରମ୍ଭ ହୋଇଯାଇଛି । ଏହି ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସହରର ୧୬ଟି ଟିମ୍ ଓ ବରିଷ୍ଠ ବିଭାଗ(୪୦ ବର୍ଷରୁ ଉର୍ଦ୍ଧ୍ବ)ରେ ବଣେଇ ଓ ସୁନ୍ଦରଗଡ ଟିମ୍ ସହ ୮ଟି ଟିମ୍ ଭାଗ ନେଇଛନ୍ତି । ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ସମାଜସେବୀ ହରିହର ରାଉତରାୟ, ଆରଏମସିର ମୁକ୍ତା ପ୍ରୋଗ୍ରାମିଂ ଅଫିସର ସୁଶାନ୍ତ କୁମାର ବେଶନ, ଝିରପାଣି ସରପଞ୍ଚ ଅଜିତ ତିର୍କୀ, ଜାତୀୟ ଫୁଟବଲ ରେଫରି ଭାସ୍କର ନନ୍ଦ, ଆନ୍ତର୍ଜାତୀୟ ମୁଷ୍ଟି ଯୋଦ୍ଧା ପରିଚାଳକ ଅର୍ଜୁନ ଭୂୟାଁ ଓ କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୦ସ୍ୱର୍ଗତ ଲାଜରୁସଙ୍କ ସହଧର୍ମିଣୀ ନନ୍ଦିନୀ ଲାକ୍ରା, ପୁଅ ବିକି ଲାକ୍ରା, ଅଭିଜିତ ମହାନ୍ତି, କୁମାର ରାଓଲେ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ଲାଜରୁସ ଜଣେ ସନ୍ତୋଷ ଟ୍ରଫି ଖେଳାଳି ଥିଲେ । ତାଙ୍କ ନେତୃତ୍ୱରେ ରାଉରକେଲା ଇଣ୍ଟରଷ୍ଟିଲ ଓ ରାଜ୍ୟରେ ରାଉରକେଲା ଚାମ୍ପିୟନ ହୋଇଥିଲା । ତେବେ ଗତ ୨୦୧୮ରେ ତାଙ୍କର ମହାପ୍ରୟାଣ ଘଟିଥିଲା । ପ୍ରାରମ୍ଭରେ ସ୍ୱର୍ଗତ ଶ୍ରୀ ଲାକ୍ରାଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଦିନରେ ୭ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ପ୍ରଥମ ସେମିଫାଇନାଲରେ ତୁମକେଲା ଦଳ ବୀର ବିର୍ସା ୟୁଥ କ୍ଲବକୁ ୨ -୧ରେ ପରାସ୍ତ କରିଛି । ଖେଳ ପରିଚାଳନାରେ ରେଫରି ପ୍ରଫୁଲ୍ଲ ଜେନା, ନାଗେଶ୍ୱର ସୁନ୍ୟାନୀ, ଦୀନେଶ ହେମ୍ଭ୍ରମ, ପ୍ରେମାନନ୍ଦ ନାୟକ, ପଟେଲ ଏକ୍କା, ରଞ୍ଜିତ ଓରାମ, ସୁକରାମ ତନ୍ତୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ସଭାପତି ପୁରୁଷୋତ୍ତମ ତନ୍ତୀ, ସୁନିଲ୍ ମିଞ୍ଜ, ଅନିଲ ମିଞ୍ଜ, ଅର୍ଜୁନ ଦାସ, ମହେଶ୍ଵର ସୁନ୍ୟାନୀ, ସୂର୍ଯ୍ୟ ସ୍ୱାଇଁ, ପ୍ରକାଶ ସୁନା, ବାଳକୃଷ୍ଣ ଜେନା, ମଧୁସୂଦନ ପାତ୍ର, ରାଧେ ଲାଖୁଆ, ରଘୁ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.