ସନରାଇଜର୍ସ କପ ଟ୍ୱେଣ୍ଟି ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୧୫ ସ୍ଥିତ ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ରାଉରକେଲା ସନରାଇଜର୍ସ କ୍ଲବ ଓ ଉମିଦ୍ ଫାଉଣ୍ଡେସନ ଆନୁକୂଲ୍ୟରେ ପ୍ରଥମ ସନରାଇଜର୍ସ କପ ଟ୍ୱେଣ୍ଟି ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ସେକ୍ଟର ୧୭ ସ୍ଥିତ ଟାଟା ପଡିଆ ଠାରେ ଉଦ୍‌ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ଏସଡିସିସି ବ୍ୟାଙ୍କ ନିର୍ଦ୍ଦେଶକ ହାଜି ଅବଦୁଲ ସଇଦ, ସମ୍ମାନିତ ଅତିଥି ଭାବେ ବିଜେଡି ରାଜ୍ୟ ସଂଖ୍ୟାଲଘୁ ସେଲ ଉପସଭାପତି ଯଶବିନ୍ଦର ସିଂ ଗୋଲଡି, ପୂର୍ବତନ କାଉନସିଲର ଅଫରୋଜ ଅହମଦ, ବିଜେଡି ଜିଲ୍ଲା ସଂଖ୍ୟାଲଘୁ ସଭାପତି ଖାଲିଦ ବିନ ଅଜୀଜ, ବିଜେଡି ସୁନ୍ଦରଗଡ ଜିଲ୍ଲା ଉପସଭାପତି ଅଶୋକ ମହାନ୍ତି, ପୂର୍ବତନ ସାଂସଦ ପ୍ରତିନିଧି ସୁଲତାନ ଖାନ, ଯୁବ ଉଦ୍ୟୋଗୀ ସଲିମ ଖାନ, ବିଜେଡି ୟୁନିଟ ସଭାପତି ଟିଙ୍କୁ ଖାନ, ଶୁଭେନ୍ଦୁ ଧଳ ସଂଖ୍ୟାଲଘୁ ଯୁବ ନେତା ଏମଡି ଇର୍ସାଦ, ଏମଡି ତସଲିମ, ଏମଡି ଫଏଜଲ, ଅରଫି ଖାନ, ଅମନ ଅଞ୍ଜୁମ ପ୍ରମୁଖ ଯୋଗ ଦେଇଥିଲେ । ଗତକାଲି ଆରୱାଇସିସି ଓ ଏମଏମସିସି ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳା ଯାଇଥିଲା । ଏମଏମସିସି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୫୯ ରନ୍‌ କରିଥିଲା । ଆରୱାଇସିସି ୧୭ ଓଭର ୫ ବଲରେ ୨ ୱିକେଟ ହରାଇ ୧୬୦ ରନ୍‌ କରି ୮ ୱିକେଟରେ ମ୍ୟାଚ୍‌ ଜିତିଥିଲା । ଆଲୋକ ପ୍ରଧାନ ୬୩ ରନ୍‌ କରି ମ୍ୟାନ ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଥିବା ବେଳେ ସୌମ୍ୟ ଲେଙ୍କା ବେଷ୍ଟ କ୍ୟାଚ ଧରି ୧୧୦୦ ଟଙ୍କା ପୁରସ୍କାରପ୍ରାପ୍ତ ହୋଇଥଲେ । ଏହି ଟୁର୍ଣ୍ଣାମେଣ୍ଟକୁ ସନରାଇଜର୍ସ କ୍ଲବର ସଭାପତି ସମସେର ଆଲାମ ଖାନ, ସାଧାରଣ ସମ୍ପାଦକ ସରବର ଆଜମ ଖାନ, ସଂଗଠନ ସମ୍ପାଦକ ନଇୟର ଆଜାମ ଖାନ, ସହଯୋଗୀ ସଦସ୍ୟ ସବୀର, ପ୍ରଦୀପ ସିଂ, ଶୁଭମ, ଭାରତ, ଛୋଟୁ, ୟାଶୀର, ଜିସାନ, କୈଫ, ତବରେଜ, ତୋକିର, ସମୀରଉଦିନ, ସାଜନ, ସାରେକ, ଜଏର, ଅଫସର, ସୋହେଲ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.