ବଲାଙ୍ଗିର କିସ୍ କ୍ୟାମ୍ପସ ଠାରେ ୧୨ ଦିନିଆ ଆପଦ ମିତ୍ର ଆବାସିକ ତାଲିମ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବଲାଙ୍ଗିର ଓ ଓଏସ୍‌ଡିଏମ୍‌ଏର ମିଳିତ ଆୟୋଜନରେ କିସ୍ କ୍ୟାମ୍ପସ, ବଲାଙ୍ଗିର ଠାରେ ୧୨ ଦିନିଆ ଆପଦ ମିତ୍ର ଆବାସିକ ତାଲିମ ଶିବିର ଶୁକ୍ରବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ଜରୁରୀ ଅଧିକାରିଣୀ ଶ୍ରୀମତୀ ରିନା କୁମାରୀ ନାୟକ ଏହାକୁ ଉଦ୍‌ଘାଟନ କରି ଗ୍ରାମାଞ୍ଚଳରେ ବିପର୍ଯ୍ୟୟ ପରିଚାଳନାରେ ଆପଦ ମିତ୍ରଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ । ଏହି ତାଲିମ ଶିବିରରେ ଅନ୍ୟତମ ଅତିଥି ଭାବେ ଡକ୍ଟର ବିଶ୍ଵଜିତ ଯୋଶୀ ଯୋଗ ଦେଇ ଆପଦ ମିତ୍ର ସ୍ଵେଚ୍ଛାସେବୀ ତାଲିମ ସରକାରଙ୍କ ବିପର୍ଯ୍ୟୟ ପରିଚାଳନାର ଏକ ମାଇଲ ଖୁଣ୍ଟ ହେବ ବୋଲି ମତବ୍ୟକ୍ତ କରିଥିଲେ । ବିପର୍ଯ୍ୟୟ ପରିଚାଳନା ବିଭାଗର ପରାମର୍ଶଦାତା ବିକାଶ ରଞ୍ଜନ କରଙ୍କ ସଂଯୋଜନାରେ ଏହି ଶିବିରରେ ପ୍ରଥମ ଦିନରେ ୪୦ ଏନସିସି କେଡେଟ ଯୋଗଦାନ କରି ତାଲିମ ଗ୍ରହଣ କରୁଛନ୍ତି । ଏହି ତାଲିମ ଶିବିରରେ ଓଡ୍ରାଫ, ସିଭିଲ ଡିଫେନ୍ସ ଓ ଅଗ୍ନିଶମ ବିଭାଗର ତାଲିମଦାତାମାନେ ତାଲିମ ପ୍ରଦାନ କରିବେ ।

Leave A Reply

Your email address will not be published.

error: Content is protected !!