ଓଡିଶା ମିଲେଟ ମିଶନ ଆନୁକୂଲ୍ୟରେ ମୁଣ୍ଡମହୁଲ ଗ୍ରାମରେ ଖାଦ୍ୟ ଉତ୍ସବ ଉଦ୍‌ଘାଟିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ଓଡିଶା ମିଲେଟ ମିଶନ ବିଜେପୁର ଆନୁକୂଲ୍ୟରେ ତାଲପଦର ପଂଚାୟତ ଅନ୍ତର୍ଗତ ମୁଣ୍ଡମହୁଲ ଗ୍ରାମରେ ଦୁଇ ଦିନିଆଁ ମାଣ୍ଡିଆ ଉପରେ ଖାଦ୍ୟ ଉତ୍ସବ ଉଦଘାଟିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମ କୁ କୃଷି ବିଭାଗର ଭିଏଡବ୍ଲୁ ସନ୍ୟାସୀ ସେଠ୍ ଉଦଘାଟନ କରି ମାଣ୍ଡିଆ ଚାଷ ବିଷୟରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁବୋଧ ସାହୁ ପ୍ରୋଜେକ୍ଟ କୋରଡ଼ିନେଟର ଇଶକ୍ତି ପ୍ରକଳ୍ପ, ରବି ରଣା, ଗୌର ରଣା ଓଡିଶା ମିଲେଟ ମିଶନ ଯୋଗଦାନ କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ଅନ୍ନପୂର୍ଣ୍ଣା ସ୍ୱୟଂ ସହାୟକ ଗୋଷ୍ଠୀ ମୁଣ୍ଡମହୁଲ ଗ୍ରାମ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟ ଶ୍ରୀ ସେଠଙ୍କ ଦ୍ୱାରା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଭୋଳାନାଥ ପଧାନ ଓ ମହାଦେବ ସାହୁ ସହଯୋଗ କରିଥିଲେ । ସାମ୍ପ୍ରତିକ କରୋନାକୁ ନେଇ ସମସ୍ତେ ସାମାଜିକ ଦୂରତା ତଥା ମାସ୍କ ପିନ୍ଧି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଖାଦ୍ୟ ପ୍ରସ୍ତୁତ କରିଥିଲେ । କାର୍ୟ୍ୟକ୍ରମକୁ ରବି ରଣା ପରିଚାଳନା କରିଥିଲେ । ପରିଶେଷରେ ଗ୍ରାମର କୁନି କୁନି ପିଲାଙ୍କୁ ମାଣ୍ଡିଆରେ ତିଆରି ଖାଦ୍ୟ ମାଗଣାରେ ଦିଆଯାଇଥିଲା ।

Leave A Reply

Your email address will not be published.