oom

ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : ଉଦ୍‌ଘାଟନୀ ମ୍ୟାଚରେ ସାନମୂଳାକୁ ପରାସ୍ତ କରି ସୁଲେକେଲା ବିଜୟୀ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଳଧା ପଞ୍ଚାୟତ ସିନ୍ଧିଭାଡ଼ି ଗାଁର ପଟୁଆଡୁଙ୍ଗରି ଖେଳପଡିଆରେ ଆଜି ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକର ସହକାରୀଯନ୍ତ୍ରୀ ଦେବ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ କନିଷ୍ଠ ଯନ୍ତ୍ରୀ ବିକାଶ ଚନ୍ଦ୍ର ଦୀପ, ବଳଧା ପଞ୍ଚାୟତର ସରପଞ୍ଚ ରାଜକୁମାରୀ ବେଶ୍ରା, ଗ୍ରାମ ରୋଜଗାର ସେବକ ପୃଥିରାଜ ବାଗ, ପୂର୍ବତନ ସମିତି ସଭ୍ୟା ଟଙ୍କେଶ୍ୱରୀ ବେହେରା, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ୱାର୍ଡ ମେମ୍ବର ରାଧାମଣି ପୁଞ୍ଜି, ବାବୁରାମ ତେଜି, ରାମ ବେହେରା, ଦୁର୍ଯ୍ୟୋଧନ ବାଗ, ପ୍ରଦୀପ ପଣ୍ଡା, ଚିନ୍ତାମଣି ଛଣ୍ଟାଣ, ଲିଙ୍ଗରାଜ ଭଏଶାଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି ଉଦ୍‌ଘାଟନୀ ମ୍ୟାଚରେ ସୁଲେକେଲା ଓ ସାନମୂଳା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ସାନମୂଳାକୁ ୧-୦ ଗୋଲରେ ପରାସ୍ତ କରି ସୁଲେକେଲା ଦଳ ବିଜୟୀ ହୋଇଛି । ରେଫରୀ ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ଦୁଷ୍ମନ୍ତ ବେହେରା, ବୁଲୁ ମାଝୀ, ଡିସେମ୍ବର ଭୋଇ ସହଯୋଗ କରିଥିଲେ । କପିଲାଭଟା ଗାଁର ଯୁବ କମେଣ୍ଟଟେଟର ପରମାନନ୍ଦ ଛତ୍ରିଆ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ସଦାନନ୍ଦ ତାଣ୍ଡି, ସମ୍ପାଦକ ଲମ୍ବୋଦର ବେହେରା, କୋଷାଧ୍ୟକ୍ଷ ଚକ୍ରଧର ପୁଞ୍ଜି, ସଦସ୍ୟ ଚୁଡାମଣି ପୁଞ୍ଜି, କେଶବ ଚନ୍ଦ୍ର ପୁଞ୍ଜି, ଚିନ୍ତାମଣି ବେହେରା, ସୁଧୀର କୁମାର ପୁଞ୍ଜି, କିଶୋର ବେହେରା, ଗୋପାଳ ବେହେରା, ପପୁ ବେହେରା, ଖୁସିରାମ ବେହେରା ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.