centurian jitm

ଡେଲାଙ୍ଗ ମଣ୍ଡଳସ୍ତରୀୟ ଧାନ ମଣ୍ଡିର ଉଦ୍‌ଘାଟନୀ ଉତ୍ସବ

nschool

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସମବାୟ ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଜିଲ୍ଲା ପ୍ରଶାସନ, ପୁରୀ ଆନୁକୂଲ୍ୟରେ ଡେଲାଙ୍ଗ ବ୍ଲକସ୍ତରୀୟ ଧାନ ମଣ୍ଡିର ଉଦ୍‌ଘାଟନୀ ଉତ୍ସବ ଗୁରୁବାର ସମ୍ମିଳୀତ ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ, ଡେଲାଙ୍ଗ ଶାଖା ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବ୍ଲକ ଅଧକ୍ଷ ତଥା ସମବାୟ ସଂଗଠକ ବୈରାଗୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ସମ୍ମାନିତ ଅତିଥି କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କିଶୋର ଛୋଟରାୟ, ଜିଲ୍ଲା ପରିଷଦ ସଭ୍ୟ ତଥା ସମବାୟବିତ୍‌ ଧରଣୀଧର ସାହୁ, ଜିଲ୍ଲା ପରିଷଦ ସଭ୍ୟ ତଥା ପ୍ରାକ୍ତନ ବ୍ଲକ ଚେୟାରମ୍ୟାନ ପ୍ରସନ୍ନ କୁମାର ସାହୁ, ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଚିତ୍ରସେନ ନିଶଙ୍କ, ଡେଲାଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ସମବାୟ ବ୍ୟାଙ୍କ ଉପସହକାରୀ ନିବନ୍ଧକ ସତ୍ୟଶଙ୍କର ମହାନ୍ତି, ଶାଖା ପ୍ରବନ୍ଧକ ସନ୍ତୋଷ ଚନ୍ଦ୍ର ପଟ୍ଟନାୟକ, ପ୍ରାକ୍ତନ ଆତ୍ମା ଅଧକ୍ଷ ସୁଧାକର ମାର୍ଥା ପ୍ରମୁଖ ଚାଷୀମାନଙ୍କ ସୁବିଧା ପାଇଁ ଡେଲାଙ୍ଗରେ ୨୩ ସେବା ସମବାୟ ସମିତି ମାଧ୍ୟମରେ ଧାନମଣ୍ଡି ଖୋଲା ଯାଇ, ଧାନ ସଂଗ୍ରହ ସମୟରେ ଓଜନରେ କାଟନ କାଟିବା, ଶୁଖିଲା ସଫା ଧାନମଣ୍ଡିକୁ ଆଣିବା, ଧାନର ମୂଲ୍ୟ ଚାଷୀଙ୍କୁ ସଠିକ ଭାବେ ପ୍ରଦାନ କରିବା, ବ୍ୟବସାୟୀ ଋଣ, ମୋ ଘର ଯୋଜନାରେ ଗୃହ ନିର୍ମାଣ କରିବା ଋଣ, ବୁଣାକାର ଋଣ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ସ୍କୁଟି ଋଣ ଓ ସାର, ବିହନ ଆଦି ସୁବିଧାରେ ଚାଷୀଙ୍କୁ ଯୋଗାଇଦେବା, ଚାଷ ଋଣ ନିୟମିତ ପରିଶୋଧ କରିବା ଓ ପୁନର୍ବାର ଗ୍ରହଣ କରିବା ସମ୍ପର୍କରେ ଆଲୋକପାତ କରିଥିଲେ । ସମବାୟ ବ୍ୟାଙ୍କ ପକ୍ଷରୁ ମୋ ଘର, ବ୍ୟବସାୟୀ ଓ ବୁଣାକାର ଋଣ ହିତାଧିକାରୀଙ୍କୁ ବିଧାୟକ ମହାରଥୀ ଏକ ଲକ୍ଷ ଟଙ୍କା ଲେଖାଏଁ ଚେକ ଆକାରରେ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ କରି ବିଧାୟକ ରୁଦ୍ରପ୍ରତାପ ମହାରଥୀ ମଣ୍ଡିର ଶୁଭ ଉଦ୍‌ଘାଟନ କରିଥିଲେ । ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଚିତ୍ରସେନ ନିଶଙ୍କ ମଂଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଉତ୍ସବରେ ୨୩ ସମବାୟ ସମିତିର ସଭାପତି ଓ ସମିତି ସମ୍ପାଦକ, ବ୍ୟାଙ୍କ ଷ୍ଟାଫ୍‌, ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ଧାନ କ୍ୱିଣ୍ଟାଲ ପ୍ରତି ସରକାରୀ ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ ହିସାବରେ ପଞ୍ଜିକୃତ ଚାଷୀଙ୍କଠାରୁ ଧାନ ସଂଗ୍ରହ ପାଇଁ ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.