ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଦ୍ଵାରା ନାଟକ ଉଦ୍‌ଘାଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଘୋଡ଼ାପଲାଣ ଗ୍ରାମ ଠାରେ ଶ୍ରୀ ଶ୍ରୀ ଭାଗବତ ସ୍ୱାମୀ ନାଟ୍ୟ ସଂସଦ ଆନୁକୂଲ୍ୟରେ ‘ସ୍ୱପ୍ନ ହଜିଗଲା ଆଖି ଲୁହରେ’ ସାମାଜିକ ନାଟକ ରବିବାର ମଞ୍ଚସ୍ଥ ହୋଇଯାଇଛି । ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିବା କଳାକାରମାନଙ୍କୁ ବିଭିନ୍ନ ସୂତ୍ରରେ ଉତ୍ସାହିତ କରି ଅନେକ ଦିଗଦର୍ଶନ ଦେଇଥିଲେ । କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଅବସରରେ ବହୁ ଗଣ୍ୟମାଣ୍ୟ ବ୍ୟକ୍ତି ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.