oom

ମାଣ୍ଡିଆ ଖାଦ୍ୟମେଳାର ଶୁଭ ଉଦ୍‌ଘାଟନ

jsmm

ବରଗଡ, (ନିରୋଜ କୁମାର ପାଣୀ) : ମାଣ୍ଡିଆ ଜାତୀୟ କ୍ଷୁଦ୍ର ଶସ୍ୟର ପୁନରୁତ୍ଥାନ ପାଇଁ ରାଜ୍ୟ ସରକାରଙ୍କ ମିଲେଟ୍ସ୍ ମିଶନ କାର୍ଯ୍ୟକ୍ରମ ଦ୍ୱାରା ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇ ପାରିଛି । ଆସନ୍ତା ୨୦୨୩ ବର୍ଷକୁ ଆନ୍ତର୍ଜାତିକ ମିଲେଟ୍ସ୍ ବର୍ଷ ରୂପେ ଓଡିଶା ପ୍ରଦେଶ ସହିତ ସାରା ବିଶ୍ୱ ପାଳନ କରିବାକୁ ଥିବାବେଳେ, ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଏମ୍. ଶ୍ରୀଗିଡା ଗ୍ରାମରେ ଜୟ ଲଣ୍ଡାବୀର ଯାତ୍ରା ଉପଲକ୍ଷେ କୃଷି ବିଭାଗ ସହାୟତାରେ ମହାଶକ୍ତି ଫାଉଣ୍ଡେସନ୍ ଦ୍ୱାରା ଦ୍ୱିଦିବସୀୟ ଖାଦ୍ୟମେଳାର ଆୟୋଜନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦ୍‌ଘାଟନ କରିଥିବା ବେଳେ, ସମ୍ମାନିତ ଅତିଥି ଭାବେ ବିଜେପୁର ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁ, ବ୍ଲକ ସହକାରୀ କୃଷି ଅଧିକାରୀ ସନ୍ୟାସୀ ସେଠ, ସମିତି ସଭ୍ୟା ଶ୍ରୀମତୀ ଜୟନ୍ତୀ ମେହେର ଓ ସରପଞ୍ଚ ଶ୍ରୀମତୀ ରୀନା ମେହେର ଉପସ୍ଥିତ ଥିଲେ । ମା’ ଅମ୍ବିକା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ମାଣ୍ଡିଆରେ ତିଆରି ମାଲପୁଆ, ଗଜା, ବାଲସେଇ, ସିଙ୍ଗଡା, ଚିପ୍ସ୍ ଇତ୍ୟାଦି ଅତିଥିମାନଙ୍କୁ ପରିବେଶଣ କରିଥିଲେ । ମହାଶକ୍ତି ଫାଉଣ୍ଡେସନ୍ ଓ କୃଷି ବିଭାଗର ଏପରି ପ୍ରୟାସକୁ ମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ । ମିଲେଟ୍ସ୍ ମିଶନ ବ୍ଲକ ସଂଯୋଜକ ରବି ରଣା ଉକ୍ତ କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ୱ ତୁଳାଇଥିବା ବେଳେ, ସହ ସଂଯୋଜକ ମହାଦେବ ସାହୁ, ସୁଶାନ୍ତ ଶତପଥି, ସୁଧିର ନାଏକ, ରାକ୍ଷୀ ମେହେର, ଭୋଲାନାଥ ପଧାନ ଓ ଗଜିନ୍ଦ୍ର ବରିହା ସହଯୋଗ କରିଥିଲେ । ଏଥିରେ ବହୁ ଲୋକଙ୍କୁ ମାଣ୍ଡିଆ ଚା’ ସହିତ ମାଣ୍ଡିଆ ତିଆରି ଖାଦ୍ୟ ମାଗଣାରେ ବଣ୍ଟନ କରାଯାଇଥିଲା ।

jittmm
Leave A Reply

Your email address will not be published.