oum

ସିକୁଆଁ ୟୁପି ସ୍କୁଲ ବାଲା ସ୍କୁଲ ଭାବେ ଉଦ୍‌ଘାଟନ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସିକୁଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏକ ବାଲା ସ୍କୁଲ ଭାବେ ଉଦ୍‌ଘାଟନ କରାଯାଇଛି । ଏହି ଉତ୍ସବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମଦତ୍ତ ଭୋଇ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ, ପିରାମଲ୍ ଫାଉଣ୍ଡେସନ୍‌ର ସଂଯୋଜିକା, ସିକୁଆଁ ପଞ୍ଚାୟତର ସରପଞ୍ଚ ରାଜକୁମାର ଭୋଇ ଓ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ, ସଭ୍ୟାଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ବିଡିଓ ଶ୍ରୀଯୁକ୍ତ ଭୋଇ ବାଲାଏକ୍ଟ ବିଷୟରେ ଉଦ୍‌ବୋଧନ ଦେଇଥିଲେ । ବିଇଓ ଶ୍ରୀଯୁକ୍ତ ଭୋଇ ସ୍କୁଲରେ ଶିକ୍ଷାଦାନ ଦିଗରେ ନିଆଯାଉଥିବା ପଦକ୍ଷେପ ବାବଦରେ ବୁଝାଇଥିଲେ । ଏ ଦିଗରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟଶ୍ରୀ ନାଗ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟୋଗ କରିବା ନେଇ ମତ ପ୍ରକାଶ କରିଥିଲେ । ଶିକ୍ଷକ ଶ୍ରୀକାନ୍ତ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.