ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସ୍ଥାନୀୟ ଡୁଡୁମା କଲୋନୀସ୍ଥିତ ଯାତ୍ରୀବାହୀ ଯାନ ରହଣି ସ୍ଥଳର ଶୁଭ ଉଦଘାଟନ କରିଛନ୍ତି । ଉଦଘାଟନ ସମୟରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର, ବ୍ରହ୍ମପୁର ମହାନଗର ନିଗମର ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ, ଡେପୁଟି ମେୟର ଇ. ବିବେକ ରେଡ୍ଡୀ, ବିଜେପି ଜିଲ୍ଲା ସଭାପତି ସରୋଜ ସାବତ, କର୍ପୋରେଟର (ୱାର୍ଡ ନମ୍ବର ୪) ଶ୍ରୀମତୀ ସନ୍ଧ୍ୟାରାଣୀ ଶୁକ୍ଳ, ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ବ୍ରହ୍ମପୁର ମହାନଗର ନିଗମର କମିଶନର ପ୍ରଥମେଶ ଅରବିନ୍ଦ ରାଜସିର୍କେ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷର ସଚିବ ରମେଶ ହାଁସଦା, ବ୍ରହ୍ମପୁର ମହାନଗର ନିଗମ ଯନ୍ତ୍ରୀ ଇ. ମନୋଜ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।