oom

ବହୁ ପ୍ରତିକ୍ଷିତ ଚଙ୍ଗରିଆ ନୂତନ ପଞ୍ଚାୟତ ଗୃହ ବିଡିଓଙ୍କ ଦ୍ଵାରା ଶୁଭ ଉଦ୍‌ଘାଟନ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ବହୁ ପ୍ରତିକ୍ଷିତ ନୂତନ ଚଙ୍ଗରିଆ ଗ୍ରାମ ପଞ୍ଚାୟତ ଗୃହ ଖପ୍ରାଖୋଲ ବିଡ଼ିଓ ରଶ୍ମୀ ରଞ୍ଜନ ରାଉତଙ୍କ କରକମଳରେ ସୋମବାର ଦିନ ଶୁଭ ଉଦ୍‌ଘାଟିତ ହୋଇଯାଇଛି । ଆୟୋଜିତ ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ତଥା ଚଙ୍ଗରିଆ ଲୋକ ପ୍ରିୟ ସରପଞ୍ଚ ଶୁସିଲ କୁମାର ଗୁରୁ, ସହକାରୀ ସୌମ୍ୟରଞ୍ଜନ ଜୟପୁରୀଆ, ଚଙ୍ଗରିଆ ପଞ୍ଚାୟତର ସମସ୍ତ ୱାର୍ଡର ନବ ନିର୍ବାଚିତ ୱାଡର଼୍ମେମ୍ବର ତଥା ନାଏବ ସରପଞ୍ଚ ତରଣୀ ପୁଟେଲ, ଚଙ୍ଗରିଆ ଗ୍ରାମର ୱାର୍ଡ ମେମ୍ବର ବିପିନ ବରିହା, ବିପିନ ମେହେର, ସତ୍ୟଭାମା ସାହୁ, ଧନମତୀ ଧରୁଆ, ରେଙ୍ଗାଲଜୁରୀ ରଶ୍ମୀତା ଷ୍ଟାଣ୍ଢ, ସୁକାନ୍ତି ବରିହା, ଲୁହା ଖାନ, ତେଜରାଜ ପ୍ରଧାନ, ଦୁନ୍ଦେଲ କାନ୍ତି ଦୀପ, କୁମ୍ବ କୁଅଁର, ଅଗସ୍ତି ଧରୁଆ ପ୍ରମୁଖ ଯୋଗଦେଇ ଥିଲେ । ଅଞ୍ଚଳର ବିଶିଷ୍ଟ ସମାଜସେବୀ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ତଥା ସରପଞ୍ଚ ଶୁସିଲ କୁମାର ଗୁରୁ ତାଙ୍କ ଧର୍ମପତ୍ନୀଙ୍କ ସହ ଯୋଗଦେଇ ପୂଜା କର୍ତ୍ତା ଭାବେ କାର୍ଯ୍ୟନିର୍ବାହ କରିଥିବା ବେଳେ ସ୍ଥାନୀୟ ପୁରୋହିତ ପୂଜାର୍ଚ୍ଚନା କାର୍ଯ୍ୟ ତୁଲାଇଥିଲେ । ପଞ୍ଚାୟତର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି, ସମାଜସେବୀ ଯୁବରାଜ ବଗାର, ପୂର୍ବତନ ସମିତି ସଭ୍ୟ ଶରତ ବରିହା, ଲକ୍ଷ୍ମଣ ବରିହାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.