oom

ପାଇକମାଲ ବ୍ଲକରେ ମାଣ୍ଡିଆ ମଣ୍ଡି ଉଦ୍‌ଘାଟନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକରେ ଶ୍ରୀ ଅନ୍ନ ଅଭିଯାନ ତରଫରୁ ପିପଲପାଲି ଗ୍ରାମରେ ମାଣ୍ଡିଆ ମଣ୍ଡି ଉଦ୍‌ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଦାମ ଚରଣ ସେଠୀ ମଣ୍ଡି ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପାଇକମାଲ ବ୍ଲକ କୃଷି ଅଧିକାରୀ ସୋମନାଥ ମହାପାତ୍ର, ଆତ୍ମା ପାଇକମାଲ ବ୍ଲକର ଚେୟାରମେନ ଯୋଗେନ୍ଦ୍ର ଭୋଇ, ଅହିଂସା କ୍ଲବ ସମ୍ପାଦକ ଶିବ ପ୍ରସାଦ ସାହୁ, ଶ୍ରୀ ଅନ୍ନ ଅଭିଯାନ ବରଗଡ଼ ଜିଲ୍ଲା ସଂଯୋଜକ ଯୁବକ ମାଝୀ ଓ ଅଭିଷେକ ସିଂହ, ଟି.ଡି.ସି.ସି ଶାଖା ପରିଚାଳକ ବ୍ରହ୍ମାନନ୍ଦ ମାଝୀ, ଆର୍‌ଏମ୍‌ସି ସମ୍ପାଦକ ରବି ନାରାୟଣ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀ ଅନ୍ନ ଅଭିଯାନ ପାଇକମାଲ ବ୍ଲକ ସଂଯୋଜକ ଗୌରଚରଣ ସାହୁ ଆରମ୍ଭ କରିଥିଲେ । ମାଣ୍ଡିଆ କ୍ରୟକାରୀ ସଂସ୍ଥା ମାର୍ଯ୍ୟାର କେଶରୀ କୃଷକ ଉତ୍ପାଦକ କମ୍ପାନୀ ଲିଃର ମେନେଜିଂ ଡାଇରେକ୍ଟର ନୀଳମଣି ପୁରୋହିତ ୨୦୨୪-୨୫ ଖରିଫ ବର୍ଷରେ ୩୭୦୦ କ୍ଵିଣ୍ଟାଲ ମାଣ୍ଡିଆ କିଣିବାର ଲକ୍ଷ୍ୟ ରହିଛି ବୋଲି କହିଥିଲେ । ୩୭୦୦ କ୍ଵିଣ୍ଟାଲ ମାଣ୍ଡିଆ ୩ଟି ମଣ୍ଡିରେ ମାଣ୍ଡିଆ କିଣା ଯିବା । ୧- ପିପଲପାଲି, ୨- ପଲସଦା, ୩-ଛିନେଇକେଲା, ମଣ୍ଡିରେ ମାଣ୍ଡିଆ କିଣିବାର ଲକ୍ଷ୍ୟ ରହିଛି ବୋଲି କହିଥିଲେ । ସରକାର ସଫାସୁତୁରା ମାଣ୍ଡିଆ ଚାଷୀଙ୍କ ଠାରୁ ୪୫୦୦/-ଟଙ୍କା ଦରରେ କିଣିବେ । ଏହି କାର୍ଯ୍ୟକ୍ରମରେ ଭେଙ୍ଗରାଜପୁର, ଟେମିରି, ପ୍ରେଜେରପୂର, ଭୁବନେଶ୍ୱରପୂର, ଗ୍ରାମର ଚାଷୀମାନେ ମଧ୍ୟ ଉପସ୍ଥିତ ଥିଲେ । ଅତିଥି ମାନେ ଚାଷୀ ମାନଙ୍କୁ ମାଣ୍ଡିଆ ଚାଷ କରିବା ସହିତ କିପରି ନିତିଦିନ ଖାଇବେ ସେଥିପ୍ରତି ଧ୍ୟାନ ଦେବା ବୋଲି କହିଥିଲେ । ଆଗାମୀ ଦିନରେ ମାଣ୍ଡିଆ ଚାଷ ଉପରେ ଧ୍ୟାନ ଦେବାକୁ ଚାଷୀ ମାନଙ୍କୁ କହିଥିଲେ । ପରିଶେଷରେ ଶ୍ରୀ ଅନ୍ନ ଅଭିଯାନର ପାଇକମାଲ ବ୍ଲକ ସଂଯୋଜକ ରାକେଶ କୁମାର ପ୍ରଧାନ ସମସ୍ତ ଅତିଥି ଓ ଚାଷୀ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ମାର୍ଯ୍ୟାର କେଶରୀ ଉତ୍ପାଦକ କମ୍ପାନୀ ଲିଃର ସି.ଇ.ଓ ଯମୁନା ବାଗ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.