oom

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ନବନିର୍ମିତ ଓଡ଼ିଶାର ପ୍ରଥମ ୫୦ ଶଯ୍ୟା ବିଶିଷ୍ଟ ଜରୁରୀକାଳୀନ ଚିକିତ୍ସା କେନ୍ଦ୍ରକୁ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କଲେ ପ୍ରଧାନ ମନ୍ତ୍ରୀ

jsmm

ବରଗଡ, (ନିରୋଜ କୁମାର ପାଣୀ) : ଆୟୁର୍ବେଦ ଦିବସ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ନବନିର୍ମିତ ଓଡ଼ିଶାର ପ୍ରଥମ ୫୦ ଶଯ୍ୟା ବିଶିଷ୍ଟ ଜରୁରୀକାଳୀନ ଚିକିତ୍ସା କେନ୍ଦ୍ରକୁ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଛନ୍ତି । ଉଦ୍‌ଘାଟନୀ ସମାରୋହର ମୁଖ୍ୟ ଅତିଥିଭାବେ ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନବ ଗଠିତ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା, ଓଡିଶା ତଥା ଆମ ବରଗଡ ଜିଲ୍ଲାକୁ ବିକାଶର ଜୟଯାତ୍ରାରେ ଆଗେଇ ନେଉଛି ଏବଂ ଓଡ଼ିଶାର ପ୍ରଥମ ଜରୁରୀକାଳୀନ ଚିକିତ୍ସା କେନ୍ଦ୍ର ବରଗଡ଼ ଜିଲ୍ଲାରେ ନିର୍ମାଣ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଲୋକାର୍ପିତ ହେଉଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥିଭାବେ ବରଗଡ ବିଧାୟକ ଅଶ୍ଵିନୀ କୁମାର ଷଡଙ୍ଗୀଙ୍କ ସମେତ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଇରଶିଷ ଆଚାର୍ଯ୍ୟ, ବିଜେପୁର ବିଧାୟକ ସନତ କୁମାର ଗଡତିଆ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ, ଅତିରିକ୍ତ ମିଶନ ନିର୍ଦ୍ଦେଶକ ମୃଣାଳକାନ୍ତି ଦାସ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଆବାହକ ତଥା ଜିଲ୍ଲାପାଳ ଆଦିତ୍ୟ ଗୋୟଲ ସ୍ଵାଗତ ଅଭିଭାଷଣ ପ୍ରଦାନ କରିବା ସହ ଉକ୍ତ ଜରୁରୀକାଳୀନ ଚିକିତ୍ସା କେନ୍ଦ୍ରର ଅଟକଳ ମୂଲ୍ୟ ଏବଂ ଉପଲବ୍ଧ ସୁବିଧା ବିଷୟରେ କହିଥିଲେ । ଏହି ୫୦ ଶଯ୍ୟା ବିଶିଷ୍ଠ ଜରୁରୀକାଳୀନ ଚିକିତ୍ସା କେନ୍ଦ୍ର ପି.ଏମ୍‌ ଆୟୁଷ୍ମାନ ଭାରତ ଇନଫ୍ରାଷ୍ଟ୍ରକ୍ଚର ମିଶନ ଗ୍ରାଣ୍ଟ ମାଧ୍ୟମରେ ସର୍ବମୋଟ ୧୮ କୋଟି ୧୦ ଲକ୍ଷ୍ୟ ୯୭ ହଜାର ୯ ଶହ କୋଡିଏ ଟଙ୍କା ଅଟକଳ ମୂଲ୍ୟରେ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଡି.ପି.ଆର ଓ ପ୍ରହଲ୍ଲାଦ ଖୋସଲା ପରିଚାଳନା କରିଥିବା ବେଲେ ସି.ଡି.ଏମ୍‌.ଓ ଡଃ. ନିରୁପମା ଷଡଙ୍ଗୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.