ବଲାଙ୍ଗିର ନେହେରୁନଗର ଠାରେ ଜନଔଷଧି କେନ୍ଦ୍ର ଉଦ୍‌ଘାଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ଭେଷଜ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଦ୍ୱାର ନିକଟସ୍ଥ ନେହେରୁନଗର ଠାରେ ଏକ ନୂତନ ‘ଜନଔଷଧି କେନ୍ଦ୍ର’ ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମହାଲିଙ୍ଗଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୀମ ଭୋଇ ଚିକିତ୍ସା ମହାବିଦ୍ୟାଳୟର ଫାର୍ମା କୋଲୋଜି ବିଭାଗର ପ୍ରଫେସର ଡା. ମୂରଲୀଧର ପାଣିଗ୍ରାହି ସମ୍ମାନିୟ ଅତିଥି ଭାବରେ ଯୋଗ ଦେଇଥିଲେ । ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧିୟ ଅଧିନରେ ସାରା ଭାରତୀୟ ‘ଜନଔଷଧି’ କେନ୍ଦ୍ର ଗୁଡିକରେ ୫୦ରୁ ୯୦ ପ୍ରତିଶତ କମ ମୂଲ୍ୟରେ ଜେନ୍‌ରିକ୍‌ ଔଷଧ ଗୁଡ଼ିକ ଉପଲବ୍ଧ ହେଉଛି । ଏହାର ସୁଯୋଗ ନେବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମହାଲିଙ୍ଗ ଜନ ସାଧାରଣଙ୍କୁ ଆହ୍ୱାନ କରିଥିଲେ । ଏହି ଉତ୍ସବରେ କବି ତଥା କୋଶଳ ପ୍ରବାହର ସମ୍ପାଦକ ଆନନ୍ଦ ଚନ୍ଦ୍ର ସାହୁ, ଡା. ଗୋଦାବରିଶ ରଥ, ଡା. ସନ୍ଧ୍ୟାରାଣୀ ପଣ୍ଡା, ରଘୁନାଥ ମିଶ୍ର, ରଙ୍କମଣି ପଣ୍ଡା, ସୁଶୀଳ କୁମାର ମିଶ୍ର, ଶୁଭେନ୍ଦ୍ର ନେପାକ ଓ ବହୁବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଜନ ଔଷଧି କେନ୍ଦ୍ରର ଶ୍ୱତାଧିକାରିଣୀ ଶ୍ରୀମତୀ ସୁଜାତା ନେପାକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.