oum

କୁଶଙ୍ଗ ପିଏନ୍ଏଚ୍‌ଏସ୍‌, ମୋ ସ୍କୁଲ ଅଭିଯାନର ସଫଳତା, ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୪ ଶ୍ରେଣୀ କୋଠରୀର ଉଦ୍‌ଘାଟନ

jsm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଅସହାୟ ଭତ୍ତା ଗ୍ରହୀତା ଠାରୁ ଆରମ୍ଭ କରି ଲକ୍ଷାଧିକ ଟଙ୍କା ବେତନଧାରୀ ଡାକ୍ତର / ଇଞ୍ଜିନିୟର, ସାଧାରଣ ଚାଷୀ ମୂଲିଆ ଠାରୁ ବ୍ୟବସାୟୀ ପରି ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ଆର୍ଥିକ ସହାୟତା ରାଶି ସହ ସଂଗୃହିତ ସରକାରୀ ଅନୁଦାନ ମୋ ସ୍କୁଲ ଅଭିଯାନ ପାଣ୍ଠିର ଏକ ବଡ ସଫଳତା ଦେଖିବାକୁ ମିଳିଛି । ପ୍ରାୟ ୫୦ ବର୍ଷ ଧରି ରହିଥିବା ଶ୍ରେଣୀ କୋଠରୀ ପରି ଏକ ବଡ ସମସ୍ୟାର ଏକ ସ୍ଥାୟୀ ସମାଧାନ ହୋଇଛି । ଯାହାକି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶଙ୍ଗ ସ୍ଥିତ ପଞ୍ଚାୟତ ନୋଡାଲ ହାଇସ୍କୁଲ ଦ୍ଵାରା ଗଠିତ ମୋ ସ୍କୁଲ ଅଭିଯାନ କ୍ଷେତ୍ରରେ ସମ୍ଭବ ହୋଇଛି । ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲାରେ ଏକ ସୁନାମ ଧନ୍ୟ ହାଇସ୍କୁଲ ଭାବରେ କୁଶଙ୍ଗ ସ୍ଥିତ ପଞ୍ଚାୟତ ହାଇସ୍କୁଲର ନାମ ରହିଛି । ଯାହାକି ପିଏନ୍‌ଏଚ୍‌ଏସ୍‌ କୁଶଙ୍ଗ ନାମରେ ନାମିତ । ଏହି ସ୍କୁଲରୁ ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀ ଏକାଦଶ ଓ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଗୌରବ ଆଣିଛନ୍ତି । ଏପରିକି ଏହି ସ୍କୁଲ ସୁବର୍ଣ୍ଣ ଜୟନ୍ତୀ ମଧ୍ୟ ପାଳିତ କରି ସରିଛି । କିନ୍ତୁ ଅତ୍ୟାବଶ୍ୟକ ଶ୍ରେଣୀ କୋଠରୀ ସମସ୍ୟା ଏହି ସ୍କୁଲର ଏକ ୫୦ ବର୍ଷର ଏକ ବଡ ସମସ୍ୟା ରୂପେ ଦେଖା ଦେଇଥିଲା । ଯାହାକି ମୋ ସ୍କୁଲ ଅଭିଯାନ ପାଣ୍ଠି ମାଧ୍ୟମରେ ସମାଧାନ ହୋଇଛି । ଏହି ସ୍କୁଲରେ ମୋ ସ୍କୁଲ ଅଭିଯାନ କମିଟି ଗଠନ ହୋଇ ସର୍ବନିମ୍ନ ୧୦୦ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୭ ଲକ୍ଷ ୨୫ ହଜାର ୩୧୨ ଟଙ୍କାର ବ୍ୟକ୍ତିଗତ ଆର୍ଥିକ ସହାୟତା ରାଶି ସଂଗ୍ରହ ହୋଇଛି । ଯାହାକି ପୁରାତନ ଛାତ୍ରଛାତ୍ରୀଙ୍କ ଆର୍ଥିକ ସହାୟତା ରାଶି ୨୩ ଲକ୍ଷ ୩୯ ହଜାର ୧୭୯ରେ ପହଞ୍ଚି ଥିବା ବେଳେ ସରକାରଙ୍କ ମେଚିଂ ଗ୍ରାଣ୍ଡ ୪୬ ଲକ୍ଷ ୭୮ ହଜାର ୩୫୮ ମିଶି ସର୍ବମୋଟ ମୋ ସ୍କୁଲ ଅଭିଯାନ ପାଣ୍ଠି ୭୦ ଲକ୍ଷ ୧୭ ହଜାର ୬୩୭ ହୋଇଛି । ଯାହାକି ମୋ ସ୍କୁଲ ଅଭିଯାନ କମିଟିର ନିଷ୍ପତ୍ତି କ୍ରମେ ସରକାରଙ୍କ ଅନୁମୋଦନରେ ୪ଟି ଶ୍ରେଣୀ କୋଠରୀ ନିର୍ମାଣ ହୋଇ ପାରିଛି । ଶ୍ରେଣୀ କୋଠରୀ ଗୁଡ଼ିକ ୪୦ x ୨୦ ଫୁଟ ଓ ୧୮୦ x ୮ ଫୁଟ ବିଶିଷ୍ଟ ଏହି କୋଠା ରହିଛି । ଯାହାକି ଗୁରୁବାର ଉଦ୍‌ଘାଟନ ହେଉଥିବା ଜଣାଯାଇଛି । ଉଦ୍‌ଘାଟନୀ ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ପ୍ରଯୁକ୍ତି ସୁଚନା ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କୋଠରୀର ଲୋକାର୍ପଣ କରିବେ । ଏହାସହ ବଲାଙ୍ଗିର ଜିଲ୍ଲାପାଲ, ଜିଲ୍ଲା ଶିକ୍ଷାଧିକାରୀ ମଧ୍ୟ ଯୋଗ ଦେବାରକାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ୩ ଜଣ ଅବସର ପ୍ରାପ୍ତ ଶିକ୍ଷକ ସମେତ ମୋ ସ୍କୁଲ ଅଭିଯାନ କମିଟିର ୧୪ ଜଣ କର୍ମକର୍ତ୍ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି କାର୍ଯ୍ୟକ୍ରମ ସାରା ବଲାଙ୍ଗିର ଜିଲ୍ଲା ପାଇଁ ଗୌରବ ଆଣିବା ସହିତ ଏକ ଉଦାହରଣ ସୃଷ୍ଟି କରିବ । ଯାହାକି ଏହି ଅଭିଯାନ ମାଧ୍ୟମରେ ମୁଖ୍ୟତଃ ଶ୍ରେଣୀ କୋଠରୀ ଭଳି ଶିକ୍ଷାନୁଷ୍ଠାନ ମାନଙ୍କର ଏକ ପ୍ରମୁଖ ସମସ୍ୟା ସମାଧାନ ଦିଗରେ ଦିଗଦର୍ଶନ ଅଣିବ ବୋଲି ଜଣାଯାଇଛି । ଯାହାକି କୁଶଙ୍ଗ ମୋ ସ୍କୁଲ ଅଭିଯାନ କମିଟି ସହ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଉତ୍ସାହ ପରିଲକ୍ଷିତ ହେଉଛି ।

Leave A Reply

Your email address will not be published.