ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶାର ଖେଳାଳିମାନେ ଭଲ ଖେଳ ପ୍ରଦର୍ଶନ କରି ଆସୁଛନ୍ତି । ତୃଣମୂଳ ସ୍ତରରେ କ୍ରୀଡାର ବିକାଶ ପାଇଁ ପୂର୍ବରୁ ୪୦ ଗୋଟି ଷ୍ଟାଡିୟମ୍ ନିର୍ମାଣ କାମ ଚାଲିଥିବା ବେଳେ ପୁଣି ନୂତନ ୫୦ ଗୋଟି ଷ୍ଟାଡିୟମ୍ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସି ମାଧ୍ୟମରେ ଷ୍ଟାଡିୟମର ଶିଳାନ୍ୟାସ କରିଥିଲେ । ଏହି ଅବସରରେ ଟିଟିଲାଗଡ଼ର ମିଶନ ଶକ୍ତି ବଜାର ପରିସରରେ ଆୟୋଜିତ ହୋଇଥିବା ସଭାରେ ଟିଟିଲାଗଡ଼ର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଟିଟିଲାଗଡ଼ର ଇନ୍ଡୋର୍ ଷ୍ଟାଡିୟମର ଉଦ୍ଘାଟନ କରିଥିଲେ । ସାଢେ଼ ଚାରି କୋଟି ଓଡିଆଙ୍କ ହୃଦୟର ସ୍ପନ୍ଦନ ନବୀନ ପଟ୍ଟନାୟକ ରାଜ୍ୟର କ୍ରୀଡାବିତ୍ ମାନଙ୍କ ବିକାଶ ପାଇଁ ୬୬୦ କୋଟି ଟଙ୍କାର ଆର୍ଥିକ ବିନିଯୋଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ବହୁମୁଖୀ ଇନ୍ଡୋର୍ ଷ୍ଟାଡିୟମର ଏକା ସାଙ୍ଗେ ଶିଳାନ୍ୟାସ କରିଛନ୍ତି । ଟିଟିଲାଗଡ଼ର ଏହି ଶିଳାନ୍ୟାସ ଉତ୍ସବରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଟିଟିଲାଗଡ଼ର ଉପଜିଲ୍ଲାପାଳ ରିହାଁନ ଖେତ୍ରି, ପୌର ଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପା ମଞ୍ଜରି ଜାଲ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ନାୟକ, ଜିଲ୍ଲା ପରିଷଦ ଶ୍ରୀମତୀ ଗୀତା ବିଶି, ପୌର ନିର୍ବାହୀ ଅଧିକାରୀ ମନୋଜ କୁମାର ତାଣ୍ଡି, ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ କୁମାର ମିଶ୍ର, ପୌର ପରିଷଦର ବିଜେଡି ୱାର୍ଡ ମେମ୍ବରଙ୍କ ସମେତ ଅନ୍ୟାନ୍ୟ ବହୁ ଲୋକ, ଖେଳାଳିମାନେ ଉପସ୍ଥିତ ଥିଲେ ।