ସ୍ମାର୍ଟ ପାର୍କର ଶୁଭ ଉଦ୍‌ଘାଟନ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନ୍‌.ଏ.ସି. ୱାର୍ଡ ନଂ. ୧୪ ଆଶ୍ରମପଡାରେ ୭୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସ୍ମାର୍ଟ ପାର୍କ ମଙ୍ଗଳବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ନିର୍ମାଣ ହେବାର ଦୀର୍ଘ ଦିନ ପରେ ସ୍ମାର୍ଟ ପାର୍କର ଉଦ୍‌ଘାଟନୀ ଦିବସରେ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥୀ, ସମ୍ମାନିତ ଅତିଥୀ ଭାବେ ନଗରପାଳ ବରିୟାମ ସିଂ ସାଲୁଜା, ଉପନଗରପାଳ ମନୋରମା ରାଉତ, ଏନ୍‌ଏସି ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଯୋଗ ଦେଇଥିବା ବେଳେ ଏନ୍‌.ଏ.ସି.ର ସମସ୍ତ କାଉନ୍‌ସିଲର୍‌ ସଭ୍ୟ, ସଭ୍ୟା, ମହିଳା ଗୋଷ୍ଠୀ ସହ ନିର୍ମାଣକାରୀ ଏଜେନ୍ସି ଗୋକୁଳ ପ୍ରଧାନ ଓ ବାବୁଲା ମହାନ୍ତି ଉପସ୍ଥିତ ଥିଲେ । ଏହି ସ୍ମାର୍ଟ ପାର୍କରେ ଅତ୍ୟାଧୁନିକ ସରଞ୍ଜାମ, ଜିମ୍‌, ଯୋଗ କେନ୍ଦ୍ର, ସୂଚନା ଓ ପାଠାଗାର, ଶୌଚାଳୟ ରହିଛି । କଂଟାବାଂଜିରେ ଏହା ପ୍ରଥମ ଅତ୍ୟାଧୁନିକ ସ୍ମାର୍ଟ ପାର୍କ ସହର ମଧ୍ୟରେ ଥିବାରୁ ଅନେକ ସହରବାସୀ ସହ ପଡୋଶୀ ଗ୍ରାମ ଡୁମେରଚୁଆଁ, ଚଟୁଅନକା, ବେହେରେନସିଲେଟ, ଖୁଟୁଲୁମୁଣ୍ଡା, ଦାବ୍ରୀ, ଧାମନଡଙ୍ଗା, କୁକୁଡାହାଡ, ବିର୍ଣ୍ଣା, କର୍ଲାବାହାଲି, ହିଆଁଲ ଭଳି ଗ୍ରାମର ଲୋକେ ନିତିଦିନ ମନୋରଂଜନ କରିପାରିବେ ।

Leave A Reply

Your email address will not be published.