oom

ଜରାଜୀର୍ଣ୍ଣ ଅବସ୍ଥାରେ ବଲାଙ୍ଗିର ଟାଉନ ହଲ : ବିଜୁ ବାବୁ କରିଥିଲେ ଉଦ୍‌ଘାଟନ

jsmm
  • ପୁନଃ ଉଦ୍ଧାର ଦାବି ନେଇ ଜାନୁଆରୀରେ ହେବ ଆନ୍ଦୋଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟଉନ ହଲ ଦୀର୍ଘ ଦିନ ପର୍ଯ୍ୟନ୍ତ ଅବହେଳାର ଶିକାର ହୋଇ ଜାରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଏହାର ପୁନଃ ଉଦ୍ଧାର ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ଦାବୀ କରାଯାଇଥିଲେ ସୁଦ୍ଧା ବଲାଙ୍ଗିର ପୌର ପରିଷଦ ଏହାକୁ ଲଗାତାର ଅଣଦେଖା କରି ଆସୁଛି ବୋଲି କହି ଏକ ପ୍ରତିନିଧି ଦଳ ଗୁରୁବାର ଦିନ ଟାଉନ ହଲ ପରିଦର୍ଶନ କରିବା ସହ ଟାଉନ ହଲ ପୁନଃ ଉଦ୍ଧାର ଦାବିରେ ଆସନ୍ତା ଜାନୁଆରୀ ମାସରେ ଆନ୍ଦୋଳନ କରାଯିବା ନେଇ ସୂଚନା ପ୍ରଦାନ କରିଛନ୍ତି । ପ୍ରକାଶ ଯେ ୧୯୯୨ ମସିହାରେ ତତକାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ବଲାଙ୍ଗିର ଟାଉବ ହଲକୁ ଉଦ୍‌ଘାଟନ କରିଥିଲେ । ବର୍ଷ ବର୍ଷ ଧରି ଏହି ଟାଉନ ହଲ ବଲାଙ୍ଗିର ସାହିତ୍ୟ, ସଂସ୍କୃତି ଓ ସଭା ପାଇଁ ମୁଖ୍ୟ ସ୍ଥଳି ପାଲଟି ଥିଲା । କାଳକ୍ରମେ ଏହାର ରକ୍ଷଣାବେକ୍ଷଣ କରାଯାଇ ନଥିବା ବେଳେ ଏହା ଏବେ ଜାରଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ବେଶ କିଛି ବର୍ଷ ହେବ ମଞ୍ଚର ସିଲିଂ ଖସି ପଡିଥିବା ବେଳେ ହଲର ପଙ୍ଖା ଗୁଡିକ ଅଚଳ ହୋଇ ପଡିରହିଛି । ହଲର କାନ୍ଥ ମଧ୍ୟ ତଦନୁରୁପ ରହିଛି । ଏଠାରେ ଥିବା ସମସ୍ଥ ଶୌଚାଳୟ ଓ ନଳ ଅଚଳ ହୋଇ ପଡି ରହିଛି । ଫଳକ ଶୂନ୍ୟ ଏହି ଟାଉନ ହଲରେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଥିବା ବେଳେ ଏହାର ଦୂରାବସ୍ଥାକୁ ବର୍ଷ ବର୍ଷ ଧରି ଅନଦେଖା କରାଯାଉଛି ବୋଲି ଅଭିଯୋଗ ହୋଇଛି । ଟାଉନ ହଲର ପୁନଃ ଉଦ୍ଧାର ଓ ଉନ୍ନତିକରଣ ପାଇଁ ପୌର ପରିଷଦ ଲିଖିତ ଭାବେ ଅଭିଯୋଗ କରିବାକୁ ୫ମାସ ବିତି ଯାଇଥିଲେ ସୁଦ୍ଧା ଏଯାଏଁ ଏଥି ପ୍ରତି କୌଣସି ଦୃଷ୍ଟି ଦିଆ ଯାଉ ନାହିଁ ବୋଲି ମତ ପ୍ରକାଶ ପାଇଛି । ଅନ୍ୟପଟେ ୫ଟି ଯୋଜନା ମାଧ୍ୟମରେ ବିଭିନ୍ନ ମଧ୍ୟମରେ ବିଭିନ୍ନ ପ୍ରକଳ୍ପର ଉନ୍ନତିକରଣ କରାଯାଉଥିବା ବେଳେ ଟାଉନ ହଲ ଉପରେ ସରକାରୀ ଦୃଷ୍ଟି ପଡୁନଥିବା ଅନେକଙ୍କୁ କଷ୍ଟ ଦେଉଛି । ଆଜି ନାଗରିକ କମିଟିର ମନୋରଞ୍ଜନ ପୁରୋହିତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଟାଉନ ହଲ ପରିଦର୍ଶନ କରି ଏହାର ବିଭିନ୍ନ ଅସୁବିଧା ଉପରେ ଆଲୋଚନ କରିଛନ୍ତି । ତେବେ ବାରମ୍ବାର ଗୁହାରି ସତ୍ୱେ କୌଣସି ସୁଫଳ ମିଳୁ ନଥିବା ବେଳେ ଏହାର ପୁନଃ ଉଦ୍ଧାର ଦାବୀରେ ଆସନ୍ତା ଜାନୁଆରୀ ମାସରେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମଧୁସୁଦନ ନାଏକ, ଜୟକୃଷ୍ଣ ମିଶ, ସମ୍ଭୁ ପ୍ରସାଦ ଶତପଥି ଓ ପ୍ରଶାନ୍ତ ମହାକୁର ଏହି ପ୍ରତିନିଧି ଦଳରେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.