
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପ୍ରକଳ୍ପକୁ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇ ଉଦ୍ଘାଟନ କରିଛନ୍ତି । ଏଥିରେ ପ୍ରଥମେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାମଖୁଣ୍ଟା ପଂଚାୟତରେ ନୂତନ ଡାକ୍ତରଖାନାକୁ ଉଦ୍ଘାଟନ କରିଥିଲେ । ସେହିପରି ଝଲପଠାରେ କଲ୍ୟାଣ ମଣ୍ଡପ ଓ ମିଶ ଶକ୍ତିଗୃହ ଉଦ୍ଘାଟନ କରିଥିଲେ ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ଝଲପ ପଂଚାୟତ ସରପଂଚ ଦଣ୍ଡାସୀ ବେହେରା, ପୂର୍ବତନ ସରପଂଚ ରାଜାରାମ ବେହେରା, ଭୋଲାନାଥ ବେହେରା, ଗଣ୍ଡାରାମ ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ଯୁଧିଷ୍ଟିର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।