ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଉଦ୍‌ଘାଟନ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହିଆଲ କଲୋନୀପଡା ନିକଟରେ ଗତକାଲି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉଦ୍‌ଘାଟନ ହୋଇଯାଇଛି । ଏହି ଅବସରରେ କଣ୍ଟାବାଞ୍ଜି ତହସିଲଦାର ଅମୃତ ଲାଲ୍ ବେହେରାଙ୍କ କରକମଳରେ ଧୂପ ଦୀପ ଦେଇ ଉଦ୍‌ଘାଟନ କରାଯାଇଥିଲା । ଚାରିଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଏହି ରାଜସ୍ଵ ନିରୀକ୍ଷକ କାର୍ଯ୍ୟାଳୟ ହୋଇଯାଇଛି । ହିଆଲ, କମେଇମୁଣ୍ଡା କରୁଆମୁଣ୍ଡା, ଖଗସା ଗ୍ରାମପଞ୍ଚାୟତକୁ ନେଇ ଏହା ଗଠିତ । ଏହି ଗ୍ରାମ ପଞ୍ଚାୟତ ଅଞ୍ଚଳର ଜନସାଧାରଣ ପ୍ରାୟ ପନ୍ଦର, କୋଡ଼ିଏ କିଲୋମିଟର ଦୂର କଣ୍ଟାବାଞ୍ଜିକୁ ଯିବାଆସିବା କରୁଥିବା ବେଳେ ବର୍ତ୍ତମାନ ହିଆଲରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ହେବାରୁ ବିଶେଷ ଭାବରେ ସୁବିଧା ହେଲା ବୋଲି ଜନସାଧାରଣ କହିଛନ୍ତି । ଏହି ଅବସରେ ରାଜସ୍ୱ ନୀରିକ୍ଷକ ପ୍ରମେଶ୍ୱର ପୁଟେଲ ଏବଂ କର୍ମଚାରୀ ବୃନ୍ଦ, ତହସିଲ୍ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ରବିନାରାୟଣ ତ୍ରିପାଠୀ (ଏସ୍ ଆର୍ ଏ) ପ୍ରଫୁଲ୍ଲ କୁମାର ପଧାନ (ଏସ୍ଓ) ଓ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.