oom

ଝିଙ୍କିପଡାଠାରେ ସାପ୍ତାହିକ ବଜାରକୁ ଉଦ୍‌ଘାଟନ କଲେ ଜିଲ୍ଲା କନ୍ଧ ଯୁବ ସଂଗଠନର ସଭାପତି

jsmm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜୋନ୍ ଗନ୍ଧର୍ଲା ପଞ୍ଚାୟତର ଝିଙ୍କିପଡାଠାରେ ଧରନୀ ପେନୁ ଅନୁଷ୍ଠାନ ପକ୍ଷରୁ ସାପ୍ତାହିକ ବଜାର ଉଦ୍‌ଘାଟିତ ହୋଇଯାଇଛି । ଧରନୀ ପେନୁ ଅନୁଷ୍ଠାନର ରାଜ୍ୟ ସଂଯୋଜକ ଛବିରାବଣ ଜାନୀଙ୍କ ଆହ୍ୱାନ କ୍ରମେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ସଭାପତି ସୁରେଶ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ସାପ୍ତାହିକ ବଜାରକୁ ଉଦ୍‌ଘାଟନ କରିଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ସମ୍ପାଦକ ଡିଙ୍ଗର ଭୋଇ, କରୁଆମୁଣ୍ଡା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଭୋପାଳ କିଶୋର ସିଂ ଭୋଇ, ପୂର୍ବତନ ସରପଞ୍ଚ ବିଭୀଷଣ ରଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କୁରୁକ୍ଷେତ୍ର ଭୋଇ, ଧରନୀ ପେନୁ ବିଧିକର୍ତ୍ତା ଅଂକୁର ଧରୁଆ, ଗୋପୀନାଥ ମାଝୀ, ସଭାପତି ଗୋପବନ୍ଧୁ ଠେଲା, ସମ୍ପାଦକ ବୀର କିଶୋର ଭୋଇ, ଉପସଭାପତି ଉମୁରା ତାଣ୍ଡି, ଗୌରାଙ୍ଗ ଭୋଇ, ଜୟଦେବ ନାଗ, ଦିବାକର ଭୋଇ, ମକାରୁ ତେଜି, ହଜାରୀ ଠେଲା, ଶ୍ରୀକର ଭୋଇ, ମହେନ୍ଦ୍ର ଖର୍ସେଲ, ବିଷ୍ଣୁ ବଗର୍ତ୍ତି ପ୍ରମୁଖ ସହଯୋଗ କରିଥିଲେ । ବଲାଙ୍ଗିର ଜିଲ୍ଲାର ଶେଷ ସୀମା ବଙ୍ଗୋମୁଣ୍ଡା ଉପାନ୍ତ ଅଞ୍ଚଳରେ ଥିବା ଏହି ବଜାର ଯୋଗୁଁ ତିନି ଗୋଟି ପଂଚାୟତର ଲୋକମାନେ ଉପକୃତ ହୋଇ ପାରିବେ ବୋଲି ଧରନି ପେନୁ ଗ୍ରାମ ସଭାପତି ସୂଚନା ଦେଇଛନ୍ତି । ଏଥିରେ ଅଞ୍ଚଳବାସୀମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.