oom

ବିପର୍ଯ୍ୟୟ ସମୟରେ ଆବଶ୍ୟକ ହେଉଥିବା ଉଦ୍ଧାର ସାମଗ୍ରୀ ବଣ୍ଟନ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତର ରାଉଳିବନ୍ଧ ଗ୍ରାମର କଲ୍ୟାଣ ମଣ୍ଡପଠାରେ ବିପର୍ଯ୍ୟୟ ଉଦ୍ଧାର ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଗ୍ଲୋବାଲ ଇଣ୍ଡିଆ କାରିତାସ ଜରିମାନ, କାରିତାସ ଇଣ୍ଡିଆ ଓ ସ୍ୱାଦ ଇଣ୍ଡିଆ ସହଯୋଗରେ ସ୍ଥାନୀୟ ଅଞ୍ଚଳର ୧୦ଟି ଗ୍ରାମବାସୀଙ୍କୁ ଉକ୍ତ ସାମଗ୍ରୀ ବଣ୍ଟନ କରାଯାଇଥିଲା ।ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଞ୍ଚଳବାସୀଙ୍କୁ ବିଭିନ୍ନ ବିପର୍ଯ୍ୟୟ ଉଧାର ସାମଗ୍ରୀ ବଣ୍ଟନ କରିଥିଲେ । ଗଞ୍ଜାମ ବ୍ଲକ ସହ କୃଷି ଅଧିକାରୀ ସୌମ୍ୟରଞ୍ଜନ ସାହୁ, ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ, ସ୍ୱସ୍ତି ଅନୁଷ୍ଠାନର ସମ୍ପାଦିକା ମିନି ମହାପାତ୍ର, କାରତାସ ଇଣ୍ଡିଆର ପ୍ରୋଗ୍ରାମ ଆସୋସିଏଟ କଳିକା ମହାପାତ୍ର, ପ୍ରୋଗ୍ରାମ ସଂଯୋଜକ ଇଶ୍ରାଇଲ ଶବର, ସୁଧାକର ସେନାପତି, ପୁଣି ମହାପାତ୍ର, ହିମାଂଶୁ ପଣ୍ଡା, ସନ୍ତୋଷପୁର ସରପଞ୍ଚ ନିରଞ୍ଜନ ରେଡି, ପୂର୍ବତନ ବ୍ଲକ ବିଜେଡି ସଭାପତି ବନବାସୀ ଖୁଣ୍ଟିଆ, ପୋଇରାଶି ପଞ୍ଚାୟତ ସରପଞ୍ଚ ପ୍ରତିନିଧି ରଘୁନାଥ ରେଡି, ରାଉଳିବନ୍ଧ ଗ୍ରାମ୍ୟ ସଭାପତି କେ. ପୁରୁଷୋତ୍ତମ ରେଡି, ସମ୍ପାଦକ ଜି. ଦଣ୍ଡପାଣି ରେଡି, ୱାର୍ଡ ମେମ୍ବର କେ.ମୁରଲୀ ରେଡି, କ୍ୟାମ୍ପ ଗୌଡ଼, ସୁଦର୍ଶନ ଗୌଡ଼ ପ୍ରମୁଖ ସମ୍ମାନିତ ଅତିଥି ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.