
ଭୁବନେଶ୍ୱର : ଭୁବନେଶ୍ୱର ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ମହିଳାଙ୍କ ମୃତଦେହ ଉଦ୍ଧାର । ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । କିଛି ଯାତ୍ରୀ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ମୁତାବକ, ମହିଳା ଜଣକ ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର । ଗତକାଲି ରାତି ବସ୍ରେ ସୋରଡ଼ା ଯିବାକୁ ସେ ଓ ଅନ୍ୟ ଜଣେ ଯୁବକ ଟିକେଟ୍ କାଟିଥିବା ସୂଚନା ମିଳିଛି । ତେବେ ମହିଳା ଜଣକ କିଏ, ସେ ନେଇ ପରିଚୟ ଖୋଜୁଛି ପୋଲିସ୍ ।