shyamal

ବରଗଡ଼ ମୁଖ୍ୟ କେନାଲରୁ ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ମୁଖ୍ୟ କେନାଲ ବରଡୋଲ ଦେଓଗାଁ ମଧ୍ୟରେ ଥିବା ଡବଲ୍‌ ବ୍ରିଜ୍‌ ନିକଟରୁ ଆଜି ଏକ ବ୍ୟକ୍ତିଙ୍କ ମୃତ ଶରୀର ଉଦ୍ଧାର ହୋଇଛି । ପାଣିରେ ଭାସି ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କଠୁ ଖବର ପାଇଁ ବରଗଡ଼ ପୋଲିସ ଓ ଅଗ୍ନିଶମ ବାହିନୀ ଆସି ମୃତ ବ୍ୟକ୍ତିଙ୍କ ଶବ ପାଣିରୁ ବାହାର କରିଥିଲେ । ମୃତ ବ୍ୟକ୍ତି ଚୁଡାମଣି ସାହୁ(୪୬) ମୂଳବାସୀନ୍ଧା ଛତିଶଗଡ଼ ମହାସମୁନ୍ଧ ଜିଲ୍ଲାର ହୋଇଥିବା ବେଳେ ଦୀର୍ଘଦିନ ହେଲା ବରଗଡ଼ ୱାର୍ଡ ନମ୍ବର ଦୁଇ ତଲିପଡାରେ ଏକ ଭଡା ଘରେ ରହୁଥିଲେ । ଚୁଡାମଣି ବରଗଡ଼ ଅମ୍ବାପାଲି ରାସ୍ତାକଡରେ ଏକ ଅସ୍ଥାୟୀ ପାନ ଦୋକାନ କରି ନିଜର ପରିବାର ପରିପୋଷଣ କରୁଥିବା ବେଳେ ରାସ୍ତା ସମ୍ପ୍ରସାରଣ ହେବା ପରେ ତାଙ୍କୁ ଉକ୍ତ ସ୍ଥାନରୁ ହଟେଇ ଦିଆଯାଇଥିଲା ଯାହା ଫଳରେ ସେ ବିଭିନ୍ନ ସମୟରେ ମାନସିକ ଅଶାନ୍ତି ରହୁଥିଲେ । କୌଣସି କାରଣକୁ ନେଇ ଚୁଡାମଣି ଗତକାଲି ଘରୁ କୁଆଡେ ଅନ୍ୟତ୍ର ଚାଲିଯାଇଥିବା ବେଳେ ପରିବାର ଲୋକେ ବରଗଡ଼ ଟାଉନ ଥାନାରେ ଏକ ମିସିଙ୍ଗ ଅଭିଯୋଗ ମଧ୍ୟ କରିଥିଲେ ଓ ଆଜି କେନାଲ ପରିସରରୁ ତାଙ୍କ ମୃତଦେହ ଠାବ ହୋଇଛି । ପୋଲିସ ପାଖରୁ ଖବର ପାଇ ପରିବାର ଲୋକେ ମୃତ ଶବ ଚୁଡାମଣିର ହୋଇଥିବା ଚିହ୍ନଟ କରିଥିଲେ ହେଲେ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଲା ଯେ, ଚୁଡାମଣିଙ୍କ ପକେଟରୁ ତାଙ୍କର ହସ୍ତାକ୍ଷର ଥିବା ଏକ କାଗଜଲେଖା ପୋଲିସ ହାତରେ ଲାଗିଛି ଯେଉଁଥିରେ ଲେଖାଯାଇଛି ଯେ, ‘ତାଙ୍କର ୬ ଲକ୍ଷ ଟଙ୍କା ଠଓଚଝ ଡଇଞଓଞରେ ଫସି ଯାଇଛି ଓ ତାର କାରଣ ରାମପୁର କଲେଜରେ ଭରତ ମାଝୀ ଅଟନ୍ତି’ ଏନେଇ ବରଗଡ଼ ପୋଲିସ ଅଧିକ ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ପରିବାର ଲୋକେ ମୃତ ଶବ ତାଙ୍କର ମୂଳ ଗ୍ରାମ ମହାସମୁନ୍ଧକୁ ନେଇଯାଇଥିଲେ । ଚୁଡାମଣିଙ୍କ ପରେ ତାଙ୍କ ପରିବାରରେ ତାଙ୍କର ଏକ ପୁଅ, ଝିଅ ସହିତ ତାଙ୍କର ସ୍ତ୍ରୀ ରହିଛନ୍ତି ।

purusottam
Leave A Reply

Your email address will not be published.