centurian jitm

ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଖଡଙ୍ଗ ନଦୀର ଗୁଦଗୁଦା ଠାରେ ଜଣେ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ବଲାଙ୍ଗିର ଜିଲ୍ଲା ଗୋପବନ୍ଧୁନଗରର ତ୍ରିନାଥ ପ୍ରଧାନ ବୋଲି ଜଣାପଡିଛିି । ସୂଚନା ଯୋଗ୍ୟ ଯେ, ବଣଭୋଜି କରିବା ପାଇଁ ସେ କାମ କରୁଥିବା ଫର୍ଣ୍ଣିଚର ଦୋକାନର ମାଲିକ ଓ ଅନ୍ୟ କର୍ମଚାରୀମାନଙ୍କ ସହ ଯାଇଥିଲେ । ତେବେ ଖଡଙ୍ଗ ନଦୀର ଗୁଦଗୁଦା ଠାରେ ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.