ହୀରାଖଣ୍ଡ ଏକ୍ସପ୍ରେସରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

କୋରାପୁଟ : ଭୁବନେଶ୍ୱରରୁ କୋରାପୁଟ ଆସୁଥିବା ହୀରାଖଣ୍ଡ ଏକ୍ସପ୍ରେସର ଏସ-୧ ବଗିରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ହେଉଛନ୍ତି କୋରାପୁଟର ସଦାନନ୍ଦ ଗୌଡ଼ ଓ ସେ ବ୍ରହ୍ମପୁରରୁ କୋରାପୁଟ ଆସୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । କୋରାପୁଟ ଷ୍ଟେସନ୍ ମ୍ୟାନେଜର୍ ନରେନ୍ଦ୍ର ଭିତ୍ରିଆଙ୍କ ସୂଚନା ମୁତାବକ, ରେଳର ଏସ-୧ ବଗିରେ ଜଣେ ବ୍ୟକ୍ତି ପଡିରହିଥିବା ସୂଚନା ମିଳିଥିଲା । କୋରାପୁଟ ଷ୍ଟେସନ୍‌କୁ ଟ୍ରେନ୍ ପହଞ୍ଚିବା ପରେ ରେଳ ବିଭାଗ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ତେବେ ତାଙ୍କ ନିକଟରୁ ଏକ ଜେନେରାଲ ଟିକେଟ ଓ ଏକ ମୋବାଇଲ ଫୋନ ମିଳିଥିଲା । ଏହି ଫୋନରୁ ତାଙ୍କ ସମ୍ପର୍କୀୟଙ୍କୁ ଯୋଗାଯୋଗ କରିବା ପରେ ତାଙ୍କ ପରିଚୟ ମିଳିଥିଲା । ସେ ବ୍ରହ୍ମପୁରରେ ଚିକିତ୍ସା ପାଇଁ ଯାଇ ଫେରୁଥିବା ତାଙ୍କ ସମ୍ପର୍କୀୟମାନେ କହିଛନ୍ତି । ତେବେ କିଭଳି ଭାବେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନାହିଁ ।

Leave A Reply

Your email address will not be published.

error: Content is protected !!