୭ ଫୁଟ୍‌ ଲମ୍ବର ଅଜଗର ସାପ ଉଦ୍ଧାର

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବେଲଗାଁ ବିଦ୍ୟୁତ କାର୍ଯ୍ୟାଳୟ ପରିସରରୁ ୭ ଫୁଟ୍‌ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ବେଲଗାଁ ବିଦ୍ୟୁତ କାର୍ଯ୍ୟାଳୟ ପରିସରରେ ଏକ ଅଜଗର ଥିବା ନେଇ ପ୍ରକୃତି ପ୍ରେମୀ ବିକିଜି ନାଗଙ୍କୁ ଖବର ଦିଆଯାଇଥିଲା । ଖବର ପାଇ ଶ୍ରୀ ନାଗ ଆସି ଅଜଗରକୁ ଉଦ୍ଧାର କରିଥିଲେ । ଅଜଗରର ଲମ୍ବ ୭ ଫୁଟ୍‌ ବୋଲି ତାଙ୍କଠାରୁ ସୂଚନା ମିଳିଛି । ଅଜଗରକୁ ଉଦ୍ଧାର କରି ସ୍ଥାନୀୟ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଜଙ୍ଗଲରେ ନେଇ ଛାଡିଥିବା ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.