ଓଲଟିଲା କୋଇଲା ବୋଝେଇ ଟ୍ରକ୍ : ୨ ଆହତ ଉଦ୍ଧାର

ଜୟପୁର : ଜାତୀୟ ରାଜପଥ-୨୬ ରଣ୍ଡାପାଲି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଲା କୋଇଲା ବୋଝେଇ ଟ୍ରକ୍ । ସୂଚନା ଅନୁସାରେ, ଗତକାଲି ରାତିରେ ଜାତୀୟ ରାଜପଥ-୨୬ ରଣ୍ଡାପାଲି ନିକଟରେ ଭାରସାମ୍ୟ ହରାଇ କୋଇଲା ବୋଝେଇ ଟ୍ରକ୍(ସିଜି୦୪ ଏମ୍‌କେ ୨୭୦୯) ଓଲଟି ପଡିଥିଲା । ଘାଟିରେ ଖସିବା ଫଳରେ ଟ୍ରକ୍‌ର ଆଗ ଭାଗଟି ସମ୍ମୁଖ ଭାଙ୍ଗି ଚୁରମାର୍ ହୋଇଯାଇଛି । ଏ ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଥିଲେ । ପରେ ଟ୍ରକ୍ କ୍ୟାବିନ୍‌ରେ ଫଶି ରହିଥିବା ଚାଳକ ଓ ହେଲ୍‌ପରଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ଉଭୟଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡିଏଚଏଚ୍‌ରେ ଭର୍ତ୍ତି କରାଯାଇଛି । ଉଭୟ ଡ୍ରାଇଭର ଓ ହେଲ୍‌ପର ଛତିଶଗଡ଼ର ସୁରେଶ ସାହୁ ଏବଂ ରଞ୍ଜନ କୁମାର ବୋଲି ଜଣାପଡିଛି ।

Leave A Reply

Your email address will not be published.