ଝୁଲନ୍ତା ଅବସ୍ଥାରେ ଯବାନଙ୍କ ମୃତଦେହ ଉଦ୍ଧାର

ବରଗଡ଼, (ସତ୍ୟନରାୟଣ ପ୍ରଧାନ) : ବରଗଡ଼ ସହର ନିକଟସ୍ଥ ଗୋବିନ୍ଦପୁର ସ୍ଥିତ ଜିଲ୍ଲା ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ଏକ ଅଘଟଣ ଘଟିଛି । ଗତକାଲି ପୋଲିସ ବାରେକରେ ରହୁଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌) ୧୮୯ ବାଟାଲିଆନର ଜଣେ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ, ଉତ୍ତରପ୍ରଦେଶ ଖଲିଲାବାଦ ଜିଲ୍ଲା ଦମାଇଚା ଗ୍ରାମର ସର୍ବେସ କୁମାର ସିଂ(୩୨) । ଏକ ଆଜବେଷ୍ଟସ ପାଇପରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଅନ୍ୟପକ୍ଷେ ବରଗଡ଼ ସଦର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଇବା ସହିତ ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.